ତେଲେଙ୍ଗନାରେ ମାସ୍କ ନ ପିନ୍ଧିଲେ ଜେଲ୍

ହାଇଦ୍ରାବାଦ : ଦେଶରେ କରୋନାର ଦ୍ଵିତୀୟ ଲହର ଦେଖାଦେଇଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମହାରାଷ୍ଟ୍ର ଓ ଅନ୍ୟ କେତେକ ରାଜ୍ୟରେ ସଂକ୍ରମଣ ରୋକିବାକୁ କଡା କଟକଣା ଲାଗୁ ହୋଇଛି। ସେହିପରି ତେଲେଙ୍ଗନା ସରକାର ନେଇଛନ୍ତି କଠୋର ନିଷ୍ପତ୍ତି। ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ନିୟମ ଉଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସୂଚନା ଦିଆଯାଇଥିବା ବେଳେ ଜେଲ୍ରେ ପୂରାଇ ଦିଆଯିବ ଘୋଷଣା କରିଛନ୍ତି।
ତେଲେଙ୍ଗାନା ମୁଖ୍ୟ ଶାସନ ସଚିବ ସୋମେଶ କୁମାର କହିଛନ୍ତି କୋଭିଡ୍-୧୯ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ସେଥିପାଇଁ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଅଫିସ୍ରେ ମଧ୍ୟ କର୍ମଚାରୀ ଓ ପବ୍ଲିକ୍ ଟ୍ରାନ୍ସପୋର୍ଟରେ ଯାତାୟତ କରୁଥିବା ଲୋକେ ମାସ୍କ ପିନ୍ଧିବେ। ଏହି ନିୟମକୁ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେଣୁ ସରକାରଙ୍କ ଏହି ନିଷ୍ପତ୍ତିକୁ ସମସ୍ତେ ଯେପରି କଡ଼ାକଡ଼ି ପାଳନ କରିବେ ତାହା ସୁନିଶ୍ଚିତ କରିବାକୁ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଏସ୍ପି ଓ କମିଶନରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।