ଥାଇଲାଣ୍ଡ ରାଜାଙ୍କର ୨୦ ସେକ୍ସ ସୋଲଜର : ବିଦେଶରେ ବିତୁଛି ବିଳାସପୂର୍ଣ୍ଣ ଜୀବନ

ନୂଆଦିଲ୍ଲୀ : ଥାଇଲାଣ୍ଡରେ ସରକାରଙ୍କ ନୀତି ବିରୋଧରେ ଉଠିଛି ସ୍ଵର। ଲୋକମାନେ କେବଳ ସରକାର ନୁହେଁ ରାଜା ମହା ଭାଜିରାଲୋଙ୍ଗକର୍ନଙ୍କ କାର୍ଯ୍ୟକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏହାର କାରଣ ହେଲା ପ୍ରଧାନମନ୍ତ୍ରୀ ପ୍ରୟୁତ ଚାନ୍ ଓଚା ପଦ ଛାଡିବା ପରେ ଦେଶରେ ଲାଗୁ ହୋଇଛି ଜରୁରୀକାଳୀନ ପରିସ୍ଥିତି। ୪ ଜଣରୁ ଅଧିକ ଲୋକ ଏକାଠି ହେବା ଉପରେ ଲଗାଯାଇଛି କଟକଣା।

ଥାଇଲାଣ୍ଡରେ ରାଜାଶାସନ ବିରୋଧରେ ଜନ ଅସନ୍ତୋଷ ଦେଖିବାକୁ ମିଳିଛି। ଦେଶର ଜନତା କରୋନା ସଂକ୍ରମଣ ସମସ୍ୟାର ସମ୍ମୁଖୀନ ହୋଇଥିବା ବେଳେ ରାଜା ବିଦେଶରେ ବିତାଉଛନ୍ତି ବିଳାସପୂର୍ଣ୍ଣ ଜୀବନ। ନିଜର ୨୦ ଜଣ ସେକ୍ସ ସୋଲଜର, ୪ ପତ୍ନୀ ଓ ଚାକର-ଚାକରାଣୀଙ୍କ ସହିତ ଜର୍ମାନୀର ଏକ ହୋଟେଲରେ ରହୁଛନ୍ତି। ପଞ୍ଚତାରକା ହୋଟେଲର ଗୋଟିଏ ଫ୍ଲୋର ରାଜା ଓ ତାଙ୍କର ସେକ୍ସ ସୋଲଜରଙ୍କ ପାଇଁ ବୁକ୍ କରାଯାଇଛି।

ମହା ଭାଜିରାଲୋଙ୍ଗକର୍ନ୍ ଖୁବ୍ ବିଚିତ୍ର ମାନସିକତାର ମଣିଷ। ୬୮ ବର୍ଷ ବୟସରେ ସୁନ୍ଦରୀ ମହିଳା ରଖିବା ତାଙ୍କର ସଉକ। ସେଥିପାଇଁ ପାଖରେ ରଖିଛନ୍ତି ସେକ୍ସ ସୋଲଜର। ନିକଟରେ ଜଣେ ସେକ୍ସ ସୋଲଜରଙ୍କ ସହିତ ଘନିଷ୍ଠତା ବଢିବାରୁ ତାଙ୍କୁ ୪ର୍ଥ ପତ୍ନୀ ଭାବେ ସ୍ଵୀକୃତି ଦେଇଥିଲେ। କେବଳ ସେତିକି ନୁହେଁ ପାଖରେ ରଖିଥିବା ଫୁଫୁ ନାମକ ଏକ କୁକୁରକୁ ରୟାଲ ଅନ୍ଦାଜରେ କରିଛନ୍ତି ଦେଶର ଏୟାରଫୋର୍ସ ଚିଫ୍। ଏହି କୁକୁର ପାଇଁ ଅଲଗା ଗାଦି ସହିତ ବିପୁଳ ଅର୍ଥ ବ୍ୟୟ ହେଉଛି।

ସେହିପରି କିଛିଦିନ ତଳେ ରାଜା ମହା ଜଣେ ପତ୍ନୀଙ୍କୁ ଏକ ବର୍ଷ ଜେଲରେ ରଖିଥିଲେ। ଏହି ୩୫ ବର୍ଷୀୟା ପତ୍ନୀ ସିନନେତ ଭୋଙ୍ଗୱାଜିରାପାକଡିଙ୍କ ସହିତ ସେ ବିବାହ କରିଥିଲେ। କିନ୍ତୁ ତିନିମାସ ପରେ ପ୍ରତାରଣା କରିଥିବା ଅଭିଯୋଗ ଆଣି ଜେଲ ପଠାଇ ଦେଇଥିଲେ। ସଜାପୂରଣ ହେବାପରେ ହରମରେ ପୁଣିଥରେ ସାମିଲ ହେବାକୁ ଅନୁମତି ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ଥାଇଲାଣ୍ଡ ରାଜାଙ୍କ ପାଖରେ ୩୦ ବିଲିୟନ ଡଲାରରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି। ତାଙ୍କର ୩ଟି ପତ୍ନୀଙ୍କଠାରୁ ୭ ଜଣ ସନ୍ତାନ ରହିଛନ୍ତି।

ମତାମତ ଦିଅନ୍ତୁ ।