ଠକେଇ ମାମଲାରେ ଅଭିନେତାଙ୍କର ସମ୍ପର୍କ ନାହିଁ

ନୂଆଦିଲ୍ଲୀ : ବଲିଉଡର ଅଭିନେତା ସଲମାନ ଖାନ ଓ ତାଙ୍କ ଭଉଣୀ ଅଲଭିରା ଖାନ ଓ ତାଙ୍କ କମ୍ପାନୀ ବିଙ୍ଗ୍ ହ୍ୟୁମାନ୍ ବିରୋଧରେ ଚଣ୍ଡିଗଡ଼ର ଜଣେ ବ୍ୟବସାୟୀ ଠକେଇ ଅଭିଯୋଗ ଆଣିଥିଲେ। ସେ କହିଥିଲେ ଶୋ’ରୁମ ଖୋଲିବା ପରେ କମ୍ପାନୀ ଦିଲ୍ଲୀରୁ ସାମଗ୍ରୀ ପଠାଉ ନାହିଁ। କମ୍ପାନୀର ୱେବସାଇଟ୍ ବନ୍ଦ ରହିଛି। ଏହା ପରେ ଚଣ୍ଡିଗଡ଼ ପୋଲିସ ସଲମାନ ଖାନ, ଅଲଭିରା ଖାନ ଓ ବିଙ୍ଗ୍ ହ୍ୟୁମାନର ଅନ୍ୟ ଅଧିକାରୀଙ୍କୁ ସମନ ପଠାଇଥିଲା। ବର୍ତ୍ତମାନ ଏହି ମାମଲାକୁ ନେଇ ସଲମାନ ଖାନଙ୍କ ପିଆର୍ ଟିମ୍ ବିବୃତ୍ତି ଜାରି କରିଛି।

ବିବୃତ୍ତିରେ କୁହାଯାଇଛି ସଲମାନ ଖାନ, ଅଲଭିରା ଖାନ କିମ୍ବା ଅନ୍ୟ ଲୋକଙ୍କର ଏହି ମାମଲାରେ କୌଣସି ସମ୍ପର୍କ ନାହିଁ। ସଲମାନ ବିଙ୍ଗ୍ ହ୍ୟୁମାନର କେବଳ ମାଲିକ। ସେ ବିଙ୍ଗ୍ ହ୍ୟୁମାନ ଫାଉଣ୍ଡେସନର ଟ୍ରଷ୍ଟି ନୁହଁନ୍ତି। ଆମେ ଏହି ବିଷୟରେ ଲିଖିତ ବ୍ୟାଖ୍ୟା ଦେଇଛୁ। ମାମଲା ବିଚାରାଧିନ ଥିବାରୁ ଆମେ ଆଉ କିଛି କହିପାରିବୁ ନାହିଁ।

ଚଣ୍ଡିଗଡ଼ର ବ୍ୟବସାୟୀ ଅରୁଣ ଗୁପ୍ତା ଅଭିଯୋଗ କରିଛନ୍ତି ସଲମାନ ଖାନଙ୍କ ନିର୍ଦ୍ଦେଶରେ ସେ ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ମନିମାଜରାର ଏନଏସି ଅଞ୍ଚଳରେ ଏକ ‘ବିଙ୍ଗ୍ ହ୍ୟୁମାନ ଜ୍ୱେଲରୀ’ ଶୋ’ରୁମ ଖୋଲିଥିଲେ। ଶୋ’ରୁମ୍ ଖୋଲିବାକୁ ଷ୍ଟାଇଲ୍ କ୍ୱିଣ୍ଟେଟ୍ ଜୁଏଲାରୀ ପିଭି ଲିମିଟେଡ୍ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି। ଶୋ’ରୁମ୍ ଖୋଲିବା ପରେ ସାମଗ୍ରୀ ପଠାଯାଇ ନଥିଲା। ଏହା ସହିତ କମ୍ପାନୀର ୱେବସାଇଟ୍ ଦୀର୍ଘ ସମୟ ଧରି ବନ୍ଦ ରହିଛି।

ସମ୍ବନ୍ଧିତ ଖବର
between image and heading

Comments are closed.