ଠାକୁର ଘରେ ଏହି ୫ଟି କାମ କରନ୍ତୁ ନାହିଁ

0

ବାସ୍ତୁଶାସ୍ତ୍ର ଅନୁସାରେ ଘରର କୋଠରୀ, ରୋଷେଇ ଘର, ବାଥରୁମ ଓ ମନ୍ଦିର ତିଆରି କରିବାର ନିୟମ ରହିଛି। ଏଗୁଡିକ କେଉଁ ଦିଗରେ ରଖାଯିବ ତାହା ମଧ୍ୟ ଦିଆଯାଇଛି ସୂଚନା। ମନ୍ଦିର ନିର୍ମାଣ ଓ କେଉଁ ପ୍ରକାରର ପ୍ରତିମା ରଖିବାକୁ ପଡିବ ତାହା କୁହାଯାଇଛି। କିଛି ମୂର୍ତ୍ତି ରହିଛି ତାହାକୁ ଘରେ ରଖିବା ଦ୍ଵାରା ଜୀବନରେ ଅନେକ ପ୍ରକାରର ଦୁଖ ଓ ସଙ୍କଟ ଆଣିପାରେ। ଯଦି ରଖିଥାନ୍ତି ତେବେ ତୁରନ୍ତ ସେହି ମୂର୍ତ୍ତିଗୁଡ଼ିକୁ ଘରୁ ବାହାର କରନ୍ତୁ। ଆସନ୍ତୁ ଜାଣିବା ଘର କିମ୍ବା ମନ୍ଦିରରେ କେଉଁ ପ୍ରକାରର ମୂର୍ତ୍ତି ପୂଜା କରାଯିବା ଉଚିତ୍ ନୁହେଁ।

୧- ସମାନ ଦେବତାଙ୍କର ଦୁଇ ପ୍ରକାର ମୂର୍ତ୍ତି ମନ୍ଦିରରେ ରଖିବା ଉଚିତ୍ ନୁହେଁ। ଏହାକୁ ରଖିବା ଦ୍ୱାରା ଘରେ ଝଗଡା ବଢିଯାଏ ଓ ନିଜ ମଧ୍ୟରେ ତିକ୍ତତା ଦେଖାଦିଏ।

୨- ଅନେକ ଲୋକ ଭଙ୍ଗା ମୂର୍ତ୍ତିକୁ ଘରେ ରଖନ୍ତି। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଖଣ୍ଡବିଖଣ୍ଡିତ ମୂର୍ତ୍ତି ଗୁଡ଼ିକର ଦର୍ଶନ ଓ ଉପାସନାର କୌଣସି ଫଳାଫଳ ନାହିଁ। ଏହାକଲେ ଖରାପ ପରିସ୍ଥିତି ହେବାର ସମ୍ଭାବନା ଥାଏ।

୩- ଭଗବାନଙ୍କ ପିଠି ଦେଖିବା ଶୁଭ ନୁହେଁ। ଦେଖାଯାଏ ମନ୍ଦିରରେ ରଖାଯାଇଥିବା ମୂର୍ତ୍ତିଗୁଡ଼ିର ପିଠି ଗୋଟିଏ ପାର୍ଶ୍ୱରୁ ଦୃଶ୍ୟମାନ ହୁଏ।

୪- ମନ୍ଦିରରେ ଏପରି ଦେବତାଙ୍କର ଚିତ୍ର ରହିବା ଉଚିତ୍ ନୁହେଁ ଯେଉଁଥିରେ ସେମାନେ ଯୁଦ୍ଧ କରୁଛନ୍ତି। ବାସ୍ତୁଶାସ୍ତ୍ର ଅନୁଯାୟୀ ମାନବ ପ୍ରକୃତି ମାତ୍ରେ ହିଁ ବିଚଳିତ ଅଟେ। ଏଭଳି ମୂର୍ତ୍ତି ପ୍ରଭାବରେ କ୍ରୋଧିତ ଓ ହିଂସ୍ର ହୋଇଯାଏ।

୫- ମୂର୍ତ୍ତିଗୁଡ଼ିକର ଚେହେରା ଶାନ୍ତ ହେବା ଉଚିତ୍। ହାତ ଏକ ଆଶୀର୍ବାଦ ସ୍ଥିତିରେ ରହିବା ଉଚିତ୍। ହୁଃଖୀ ଓ ଭୟଙ୍କର ଆଭିମୁଖ୍ୟ ଥିବା ପ୍ରତିମାଗୁଡ଼ିକ ଆପଣଙ୍କୁ ଭୁଲ୍ ଭାବରେ ପ୍ରଭାବିତ କରେ। ଯେଉଁଥିପାଇଁ ଆପଣଙ୍କ ଭିତରେ ନକାରାତ୍ମକତା ବୃଦ୍ଧି ପାଇଥାଏ।

Leave A Reply

Your email address will not be published.