ଥାନା ଗାଡ଼ି ପୋଡ଼ି : ୧୩ ଜଣଙ୍କୁ ଉଠାଇ ନେଲା ପୋଲିସ

0

ଯାଜପୁର : ପଣସୁଧା ଗାଁରେ ଶନିବାର ପୋଲିସ ଗାଡ଼ି ପୋଡ଼ି ଦେଇଥିଲେ। ଏହି ମାମଲାରେ ଗତକାଲି ବିଳମ୍ବିତ ରାତିରେ ପୋଇସ ୧୩ ଜଣଙ୍କୁ ଉଠାଇନେଇ ବାଲିଚନ୍ଦ୍ରପୁର ଥାନାରେ ରଖି ପଚରାଉଚରା କରୁଛି। ଫେରାର ଥିବା ଅନ୍ୟମାନଙ୍କୁ ଏବେ ଖୋଜ ଚାଲିଥିବା ଜଣାପଡିଛି।

ଖବର ଅନୁଯାୟୀ ଭରତପୁର ପଞ୍ଚାୟତର ପଣସୁଧା ଗାଁରେ ଅଷ୍ଟପ୍ରହରୀ ପିଣ୍ଡିକୁ ନେଇ ଦୁଇଗୋଷ୍ଠୀଙ୍କ ମଧ୍ୟରେ ୪ ବର୍ଷ ହେଲା ବିବାଦ ରହିଥିଲା। ଏହାକୁ ନଜରରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ମଧ୍ୟ ଗୋଟିଏ ଗୋଷ୍ଠୀ ଶନିବାର ସନ୍ଧ୍ୟାରେ ସଂଘବଦ୍ଧ ହୋଇ କଟିକଟା ଛକରୁ ବାହାରିଥିଲେ। ଏହାଦେଖି ଅପରପକ୍ଷ ଗୋଷ୍ଠୀ ବିରୋଧ କରିବାରୁ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏପରିକି ବାଲିଚନ୍ଦ୍ରପୁର ଥାନା ଜିପ୍‌ ଓ ଭ୍ୟାନ୍‌ରେ ନିଆଁ ଲଗାଇ ଦେବାରୁ ପୋଲିସ ଗାଡ଼ି ଛାଡ଼ି ପଳାଇଥିଲେ। ଏ ସମ୍ପର୍କରେ ଖବର ପାଇ ଏସ୍‌ଡିପି ଏକ ପ୍ଲାଟୁନ ଫୋର୍ସ ଧରି ଗାଁରେ ପହଞ୍ଚି ସମସ୍ତ ପ୍ରବେଶ ପଥକୁ ସିଲ୍‌ କରିଦେଇଥିଲେ। ଏବେ ସ୍ଥିତି ନିୟନ୍ତ୍ରଣଧୀନ ଥିବା ପୋଲିସ ସୂଚନା ଦେଇଛି।

Leave A Reply

Your email address will not be published.