ଥାନା ହାଜତରୁ ଚମ୍ପଟ ମାରିଲା ଦୁଷ୍କର୍ମ ଅଭିଯୁକ୍ତ

ଚାନ୍ଦବାଲି : ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଗିରଫ ଅଭିଯୁକ୍ତ ଥାନା ହାଜତରୁ ଚମ୍ପଟ ମାରିଛି। ଚାନ୍ଦବାଲିରେ ଘଟିଛି ଏହି ଘଟଣା। ପୋଲିସ୍ ଜାଣିଶୁଣି ଛାଡ଼ି ଦେଇଥିବା ପୀଡିତାଙ୍କ ପରିବାର ଲୋକେ କହିଥିବା ବେଳେ ପୋଲିସ୍‌ର ପାରିବା ପଣିଆକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ଖବର ଅନୁଯାୟୀ ଚାନ୍ଦବାଲି ଖେରଙ୍ଗ ପଞ୍ଚାୟତ ପଳାଶପୁର ଗାଁର ରତ୍ନାକର ମିଶ୍ରଙ୍କ ନାବାଳିକା ଝିଅକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ବିଜୟନଗର ପଞ୍ଚାୟତ ଗୋବିନ୍ଦପୁର ଗାଁର ଅଜୟ ନାୟକଙ୍କୁ ପୁରୀ ନିମାପଡ଼ାରୁ ଗିରଫ କରି ଥାନାକୁ ଆଣିଥିଲା। ହେଲେ ଅଭିଯୁକ୍ତ ଅଜୟ ଥାନା ହାଜତରୁ ଖସି ଯାଇଛି। ପୋଲିସ ବିଭିନ୍ନ ସ୍ଥାନରେ ଚଢଉ କରିଥିଲେ ମଧ୍ୟ ଅଜୟର କୈାଣସି ସନ୍ଧାନ ପାଇପାରି ନାହିଁ। ଏପଟେ ନାବାଳିକାର ଡ଼ାକ୍ତରୀ ମାଇନା ହୋଇସାରିଛି। ନାବାଳିକାର ପରିବାର ଲୋକେ ଏଥିପାଇଁ ପୋଲିସକୁ ଦୋଷାରୋପ କରିଥିବା ବେଳେ ଅଭିଯୁକ୍ତକୁ ଗିରଫ ନହେଲେ ଥାନା ଆଗରେ ଆତ୍ମାହୁତି ଦେବେ ବୋଲି ଗଣମାଧ୍ୟମକୁ କହିଛନ୍ତି।

ମତାମତ ଦିଅନ୍ତୁ ।