ଥଣ୍ଡା ପାଇଁ ଲଦାଖରେ ଚୀନ ଯବାନଙ୍କ ସ୍ୱାସ୍ଥ୍ୟ ବିଗୁଡୁଛି

ନୂଆଦିଲ୍ଲୀ : ଲଦାଖରେ ଆରମ୍ଭ ହୋଇଗଲାଣି ଶୀତ ଋତୁ। ଥଣ୍ଡା ବଢି ଚାଲିଥିବାରୁ ଏହା ଚୀନ ସେନ ପାଇଁ ସମସ୍ୟା ସୃଷ୍ଟି କରିଥିବା ଖବର ମିଳିଛି। ଲଦାଖର ଉଚ୍ଚ ଶିଖରରେ ଅମ୍ଳଜାନ ଅଭାବ ଯୋଗୁ ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ)ର ଯବାନଙ୍କ ସ୍ୱାସ୍ଥ୍ୟ ବିଗୁଡୁଛି। ପାଙ୍ଗୋଙ୍ଗ ସୋ’ର ଉତ୍ତର ପାର୍ଶ୍ୱରେ ଅବସ୍ଥିତ ଫିଙ୍ଗର ଅଞ୍ଚଳରେ ବହୁ ସଂଖ୍ୟାକ ଚୀନ ସେନା ଉପସ୍ଥିତ ଥିଲେ। ଏବେ ସେମାନଙ୍କ ମଧ୍ୟରୁ କିଛି ସୈନ୍ୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅସୁସ୍ଥମାନକୁ ଷ୍ଟ୍ରେଚରରେ ନିକଟସ୍ଥ ଫିଲ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଥିବା ଭାରତୀୟ ସେନା ପାଖରେ ଖବର ରହିଛି।

ସୂଚନା ଅନୁଯାୟୀ କିଛି ଚୀନ୍ ସୈନିକଙ୍କୁ ଫିଙ୍ଗର ୪ ଉଚ୍ଚତାରୁ ନିଆଯାଇ ଫିଙ୍ଗର ୬ ପାଖରେ ଥିବା ଫିଲ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ତିନିଦିନ ମଧ୍ୟରେ ଅନେକ ପିଏଲଏ ସେନାଙ୍କ ସ୍ୱାସ୍ଥ୍ୟ ଖରାପ ହେଲାଣି। ଅଧିକ ଉଚ୍ଚରେ ତାପମାତ୍ରା କାମୁଥିବାରୁ ଚୀନ ସେନା ଏହିଭଳି ପରିସ୍ଥିତିର ସମ୍ମୁଖୀନ ହେଉଥିବା କୁହାଯାଉଛି।

ମତାମତ ଦିଅନ୍ତୁ ।