Breaking Newsବିଚିତ୍ରା

ଥଣ୍ଡା ରୋଗ ପାଇଁ ଲୋକେ ଖାଆନ୍ତି ପିମ୍ପୁଡି ଚଟଣୀ

ସାଧାରଣତଃ ରୋଗ ହେଲେ ଲୋକେ ଔଷଧ ଖାଆନ୍ତି। କେହି ଚେରମୂଳ ବ୍ୟବହାର କରିଥାନ୍ତି। କିନ୍ତୁ ପିମ୍ପୁଡି ଚଟଣୀ ଖାଇବା ଶୁଣିଲେ ଟିକେ ଅଡୁଆ ଲାଗିବ ନିଶ୍ଚୟ। ହେଲେ ଏହା ସତ। ଝାଡଖଣ୍ଡ ଜାମସେଦପୁରରେ କିଛି ଆଦିବାସୀ ଲୋକଙ୍କର ଏହା ହେଉଛି ଖାଦ୍ୟ। ସେମାନଙ୍କର ବିଶ୍ଵାସ ରହିଛି ନାଲି ପିମ୍ପୁଡି ଚଟଣୀ ଖାଇଲେ ଥଣ୍ଡା ଧରିବ ନାହିଁ।

ଜାମସେଦପୁରଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ରହିଛି ମଟକୁରବା ଗ୍ରାମ। ଏଠାରେ ବସବାସ କରୁଛନ୍ତି ଚାକୁଳିଆ ପ୍ରଜାତିର ଆଦିବାସୀ। ଜଙ୍ଗଲ ଭିତରେ ରହିଛି ଗାଁ। ଏହି ଗାଁର ଲୋକଙ୍କ କହିବା ଅନୁଯାୟୀ ନାଲି ପିମ୍ପୁଡି ଚଟଣୀ ଖାଇଲେ ଥଣ୍ଡା ଧରେ ନାହିଁ। ଠିକ୍ ସମୟରେ ଭୋକ ଲାଗେ। ଏଥିରେ ଟେଟାରିକ ଏସିଡ୍ ରହିଥାଏ ଯାହା ଶରୀର ପାଇଁ ଲାଭଦାୟକ।

ସେଥିପାଇଁ ସେମାନେ ଶାଳ ଓ କରଞ୍ଜ ଗଛରୁ ନାଲି ପିମ୍ପୁଡି ସଂଗ୍ରହ କରନ୍ତି। ପୁରୁଷ ଲୋକ ଗଛରେ ଚଢି ପିମ୍ପୁଡି ଆଣନ୍ତି। ଏହାପରେ ପିମ୍ପୁଡିକୁ ପାଣିରେ ପକାଯାଏ। ମହିଳାମାନେ ଏହାକୁ ଶୀଳରେ ବାଟି ଚଟଣୀ ପ୍ରସ୍ତୁତ କରନ୍ତି। ଚଟଣୀରେ ଅଦା, ରସୁଣ, ଲଙ୍କା ଓ ଲୁଣ ପକାଯାଏ। ପ୍ରାୟ ୩୦ ମିନିଟ ଶୀଳରେ ବାଟିବା ପରେ ପ୍ରସ୍ତୁତ ହୋଇଥାଏ ପିମ୍ପୁଡି ଚଟଣୀ। ଏହାକୁ ଗ୍ରାମର ଲୋକେ ଆନନ୍ଦରେ ଖାଇଥାନ୍ତି। ସେମାନଙ୍କ ପୂର୍ବଜମାନେ ଏପରି ଚଟଣୀ ଖାଉଥିଲେ। ଏହି ଧାରା ଆଜି ମଧ୍ୟ ବଜାୟ ରହିଛି। ସ୍ଥାନୀୟ ଅଞ୍ଚଳରେ ଏହାକୁ କୁରୁକ ବୋଲି କୁହାଯାଏ।

ମତାମତ ଦିଅନ୍ତୁ ।

Back to top button