ପର୍ଣ୍ଣ ରାକେଟ୍ ଚଲାଇବା ଅଭିଯୋଗରେ ଅଭିନେତ୍ରୀ ଗିରଫ

ମୁମ୍ବାଇ : ପର୍ଣ୍ଣୋଗ୍ରାଫି ଭିଡିଓ ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଲ୍ଟ ବାଲାଜୀର ଆଡଲ୍ଟ ସିରିଜ ‘ଗନ୍ଦି ବାତ’ରେ ଅଭିନେତ୍ରୀ ଗହନା ବଶିଷ୍ଠଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚର ପ୍ରପର୍ଟି ସେଲ ଗିରଫ କରିଛି। ଗହନାଙ୍କ ବିରୋଧରେ ନିଜ ୱେବସାଇଟ ପାଇଁ ପର୍ଣ୍ଣ ଭିଡିଓ ସୁଟ କରିବା ଓ ଅପଲୋଡ଼ କରିବା ଅଭିଯୋଗ ହୋଇଛି। ତାଙ୍କୁ ଆଜି ମୁମ୍ବାଇର ଏକ ଅଦାଲତରେ ପେଶ କରାଯିବ। ପୋଲିସ ଅନ୍ୟ ମଡେଲ, ସହଯୋଗୀ କଳାକାର ଓ ଅନ୍ୟ କିଛି ପ୍ରଡକ୍ସନ ହାଉସ ସମ୍ପର୍କରେ ମଧ୍ୟ ତଦନ୍ତ କରୁଛି ଯେଉଁମାନଙ୍କ ବିରୋଧରେ ଆଡଲ୍ଟ ଫିଲ୍ମ ମୋବାଇଲ ଆପ୍ ଓ ୱେବସାଇଟରେ ଅପଲୋଡ଼ କରିବା ଆରୋପ ହୋଇଛି।

ମାମଲା ସାମ୍ନାକୁ ଆସିବା ପରେ ପୋଲିସ କଡାକଡି ଭାବେ ତଦନ୍ତ କରୁଛି। ‘ମିସ ଏସିଆ ବିକିନୀ’ର ବିଜେତା ଗହନା ବଶିଷ୍ଠ ବିଜ୍ଞାପନ, ହିନ୍ଦୀ ଓ ତେଲୁଗୁ ଫିଲ୍ମରେ କାମ କରିଛନ୍ତି। ୱେବସାଇଟରେ ଅଶ୍ଳୀଳ କଣ୍ଟେଣ୍ଟ ଅପଲୋଡ଼ କରିବା ନେଇ ଶନିବାର ଦିନ ଅପରାହ୍ନରେ ଗହନାଙ୍କୁ ପଚରାଉଚୁରା କରାଯାଇଥିଲା। 

ସୂତ୍ର ଅନୁଯାୟୀ, ଗହନାଙ୍କ ନିଜର ପ୍ରଡକ୍ସନ ହାଉସ ଥିଲା ଯେଉଁଠାରେ ୱେବ ସିରିଜ ଓ ଧାରାବାହିକ ନାଁରେ ପର୍ଣ୍ଣ ଭିଡିଓ ତିଆରି ହେଉଥିଲା ଓ ଇଣ୍ଟରନେଟରେ ଅପଲୋଡ଼ ହେଉଥିଲା। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଏବେ ସୁଦ୍ଧା ୫ଜଣଙ୍କୁ ଗିରଫ କରିଥିଲା। ଏବେ ପୁଣି ଗହନାଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ସେ ୮୭ଟି ଆପତ୍ତିଜନକ ଓ ଅଶ୍ଳୀଳ ଭିଡିଓ ସୁଟିଂ କରିଛନ୍ତି ଓ ୱେବସାଇଟରେ ଅପଲୋଡ଼ କରିଛନ୍ତି। ଏହି ୱେବସାଇଟରେ କଣ୍ଟେଣ୍ଟ ଦେଖିବାକୁ ସବ୍ସକ୍ରିପସନ୍ ନେବାକୁ ପଡିଥାଏ। ସବ୍ସକ୍ରିପସନ ପାଇଁ ୨ ହଜାର ଟଙ୍କା ଦେବାକୁ ପଡିଥାଏ। ଅଶ୍ଳୀଳ ଫିଲ୍ମ ଜରିଆରେ ଗହନା ଓ ତାଙ୍କ ଟିମ ବହୁତ ଟଙ୍କା ରୋଜଗାର କରିଥିଲେ।

ଏହି ୱେବସାଇଟ ବିରୋଧରେ ୩ଜଣ ଅଭିଯୋଗ କରିଥିଲେ। ସେମାନଙ୍କୁ ଜୋର ଜବରଦସ୍ତି ପର୍ଣ୍ଣ ଫିଲ୍ମରେ କାମ କରାଯାଉଥିଲା ବୋଲି ସେମାନେ ଅଭିଯୋଗ କରିଥିଲେ। ଗୁରୁବାର ଦିନ କ୍ରାଇମବ୍ରାଞ୍ଚ ପ୍ରପର୍ଟି ସେଲ ମଲାଡ ସ୍ଥିତ ଗ୍ରୀନ ପାର୍କ ବଙ୍ଗଳାରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ପୋଲିସ ଜସ୍ମିନ ଖାନ, ପ୍ରତିଭା ନଲବଡେ, ମୋନୁ ଗୋପାଳଦାସ, ଭାନୁସୂର୍ଯ୍ୟମ ଠାକୁର ଓ ମହମ୍ମଦ ଆଶିକକୁ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *

Back to top button