ଇସ୍ଲାମ ଧର୍ମ ଗ୍ରହଣ କରୁଥିବା ଦଳିତଙ୍କୁ ମିଳିବନି ସଂରକ୍ଷଣର ଲାଭ : ରବିଶଙ୍କର

ନୂଆଦିଲ୍ଲୀ : କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ରାଜ୍ୟସଭାରେ ଅନୁସୂଚିତ ଜାତିକୁ ନେଇ ବଡ ବୟାନ ରଖିଛନ୍ତି। ସେ କହିଛନ୍ତି ଯେ ଇସ୍ଲାମ ଓ ଈସାଈ ଧର୍ମ ଗ୍ରହଣ କରୁଥିବା ଦଳିତଙ୍କୁ ସଂରକ୍ଷଣ (Reservation) ର ଲାଭ ମିଳିବନାହିଁ। ସେ କହିଛନ୍ତି ଯେ ଏମାନେ ଅନୁସୂଚିତ ଜାତି ପାଇଁ ସଂରକ୍ଷଣ ଆସନରୁ ସଂସଦୀୟ କିମ୍ବା ବିଧାନସଭା ନିର୍ବାଚନ ଲଢ଼ିପାରିବେ ନାହିଁ। ଗୁରୁବାର ଦିନ ରବିଶଙ୍କର ଟ୍ୱିଟର ସମେତ ଅନେକ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଚେତାବନୀ ଦେଇଥିଲେ।

ବିଜେପି ସଦସ୍ୟ ଯିଵିଵେଲ ନରସିଂହ ରାଓ ଅନ୍ୟ ଧର୍ମକୁ ନେଇ ରବିଶଙ୍କର ପ୍ରସାଦଙ୍କୁ ପ୍ରଶ୍ନ କରିଥିଲେ। ଜବାବରେ ରବିଶଙ୍କର କହିଥିଲେ ଯେ ଯେଉଁମାନେ ହିନ୍ଦୁ, ଶିଖ ଓ ବୌଦ୍ଧ ଧର୍ମ ଗ୍ରହଣ କରିଛନ୍ତି, ସେମାନେ ଅନୁସୂଚିତ ଜାତି ପାଇଁ ସଂରକ୍ଷଣ ଆସନରୁ ନିର୍ବାଚନ ଲଢ଼ିପାରିବେ। ଏହି ଧର୍ମରେ ସାମିଲ ହୋଇଥିବା ଲୋକଙ୍କୁ ସଂରକ୍ଷଣ ଲାଭ ମିଳିବ। ସଂରକ୍ଷିତ ସାମ୍ବିଧାନିକ କ୍ଷେତ୍ରରୁ ନିର୍ବାଚନ ଲଢ଼ିବା ମାପଦଣ୍ଡକୁ ନେଇ ମଧ୍ୟ ସେ ବୟାନ ଦେଇଛନ୍ତି।

ସେ ସମ୍ବିଧାନର ଅନୁସୂଚିତ ଜାତି ପାରା୩ ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି ପାରା ୩ ଅନୁଯାୟୀ, କୌଣସି ବ୍ୟକ୍ତି ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମ ଛଡା ଯଦି ଅନ୍ୟ କୌଣସି ଧର୍ମକୁ ନେଇ ଦାବି କରେ ତାହେଲେ ତାକୁ ଅନୁସୂଚିତ ଜାତିର ସଦସ୍ୟ ଭାବେ ଗ୍ରହଣ କରାଯିବ ନାହିଁ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପ୍ରତିନିଧିତ୍ବ ଆଇନରେ କୌଣସି ସଂଶୋଧନ ପ୍ରସ୍ତାବ ଅଣାଯାଇନଥିଲା।

୨୦୧୫ରେ ଅଦାଲତ କହିଥିଲେ ଯେ, ବ୍ୟକ୍ତି ଥରେ ହିନ୍ଦୁ ଧର୍ମ ଚଡି ଈସାଈ ଧର୍ମ ଗ୍ରହଣ କଲାପରେ ସାମାଜିକ ଓ ଆର୍ଥିକ ସମସ୍ୟା ସାମ୍ନାକୁ ଆସିଥାଏ। ଏହିଭଳି ପରିସ୍ଥିତିରେ ତାଙ୍କୁ କୌଣସି ସୁରକ୍ଷା ଦେବା ଆବଶ୍ୟକ ନାହିଁ। କାରଣ ଅନୁସୂଚିତ ଜାତି ସହ ତାଙ୍କର ଯୌନାସି ସମ୍ପର୍କ ନାହିଁ। ରବିଶଙ୍କର ସ୍ପଷ୍ଟ କରିଛନ୍ତି ଯେ ଇସ୍ଲାମ ଓ ଈସାଈ ଧର୍ମ ଗ୍ରହଣ କରୁଥିବା ଦଳିତ ଓ ହିନ୍ଦୁ ଧର୍ମ ଗ୍ରହଣ କରୁଥିବା ଦଳିତଙ୍କ ମଧ୍ୟରେ ପାର୍ଥକ୍ୟ ସ୍ପଷ୍ଟ।

ସଂସଦରେ ପ୍ରଶ୍ନ-ଉତ୍ତର ସମୟରେ ରବିଶଙ୍କର କହିଛନ୍ତି, ଟ୍ୱିଟର, ଫେସବୁକ, ଲିଙ୍କ୍ଡିନ, ହ୍ୱାଟ୍ସଆପ୍ପ ଯିଏ ବି ହେଉ, ଭୁଲ କଲେ ସବୁ ପ୍ଲାଟଫର୍ମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ କହିଛନ୍ତି ଭାରତରେ କାମ କରନ୍ତୁ, ଏଠାରେ କୋଟି କୋଟି ଫଲୋୟର୍ସ ଅଛନ୍ତି, ରୋଜଗାର କରନ୍ତୁ, କିନ୍ତୁ ଭାରତୀୟ ଆଇନ ଓ ସମ୍ବିଧାନର ନିୟମ ପାଳନ କରିବାକୁ ହେବ।

Leave a Reply

Your email address will not be published. Required fields are marked *

Back to top button