ବିଜେପି ନେତାଙ୍କ ମୁହଁରେ କଳା ବୋଳି ଶାଢି ପିନ୍ଧାଇଲେ କର୍ମୀ

ମୁମ୍ବାଇ : ମହାରାଷ୍ଟ୍ରର ସୋଲାପୁରରେ ଜଣେ ବିଜେପି ନେତାଙ୍କୁ କଳା ବୋଳି ଶାଢ଼ି ପିନ୍ଧାଇଛନ୍ତି ଶିବସେନା କର୍ମୀ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସମାଲୋଚନା କରିଥିବାରୁ ବିଜେପି ନେତାଙ୍କୁ ଏପରି ଭାବେ ଦଣ୍ଡ ମିଳିଛି । ତାଙ୍କୁ ସର୍ବ ସମ୍ମୁଖରେ ଏଭଳି ଲଜ୍ଜିତ କରିବା ଲାଗି ଶିବସେନାର କର୍ମୀମାନେ ଉଦ୍ୟମ କରିଛନ୍ତି। ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଘଟଣା ଘଟିଛି ସୋଲାପୁରର ପନ୍ଧରପୁର ଅଞ୍ଚଳରେ।

ସୂଚନା ଅନୁସାରେ, ବିଜେପି ନେତା ଶିରିଶ କାଟେକର ମହାରାଷ୍ଟ୍ର ସରକାରଙ୍କ ବିଦ୍ୟୁତ ନୀତିକୁ ମାନିନଥିଲେ । ଏଥିରେ ତ୍ରୁଟି ଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସମାଲୋଚନା କରିଥିଲେ। ଯେଉଁଥିପାଇଁ ଶିବସେନା କର୍ମୀମାନେ ଶିରିଶଙ୍କୁ ସର୍ବ ସମ୍ମୁଖରେ କାଳି ପକାଇବା ସହିତ ତାଙ୍କୁ ଜୋତା ଓ ଶାଢ଼ୀ ପିନ୍ଧାଇବାକୁ ଚେଷ୍ଟା କରିଥିଲେ। ତେବେ ପୋଲିସ ଶିରିଶଙ୍କୁ ଉଦ୍ଧାର କରିଥିଲା । ଘଟଣାକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।

Leave a Reply

Your email address will not be published. Required fields are marked *

Back to top button