କରୋନା ଟିକାକରଣ ପରେ ଲାଗୁ ହେବ ସିଏଏ : ଅମିତ ଶାହା

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ ଘୋଷଣା । ଦେଶରେ କରୋନା ଟିକାକରଣ ଶେଷ ହେବା ପରେ ଲାଗୁ ହେବ ନାଗରିକତା ସଂଶୋଧନ ଆଇନ୍ । ଗୁରୁବାର ପଶ୍ଚିମବଙ୍ଗରେ ଏକ ଜନସଭାକୁ ସମ୍ବୋଧିତ କରି ଶାହା ଏହି ବଡ ଘୋଷଣା କରିଛନ୍ତି । ଏଥିସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଶାହା ଫୁଲ୍ ଦମରେ ଟାର୍ଗେଟ କରିଛନ୍ତି ।

ଅମିତ ଶାହା କହିଛନ୍ତି , ଟିକାକରଣ ପରେ ସିଏଏକୁ ଲାଗୁ କରାଯିବ । ଏହାଦ୍ୱାରା ସଂଖ୍ୟାଲଘୁଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ବିରୋଧୀମାନେ ଜାଣିଶୁଣି ସେମାନଙ୍କୁ ଭ୍ରମିତ କରୁଛନ୍ତି ବୋଲି ଶାହା କହିଛନ୍ତି । ଏଥିସହ ସିଏଏ ଆସିବା ପରେ କରୋନା ଚାଲିଆସିଲା । ଯେଉଁ କାରଣରୁ ସରକାର ଏହାକୁ ଲାଗୁ କରିପାରିନଥିଲେ । ଟିକାକରଣ ଶେଷ ହେବା ପରେ ସରକାର ସିଏଏ ଲାଗୁ କରିବେ ।

Leave a Reply

Your email address will not be published. Required fields are marked *

Back to top button