‘ଇବୋଲା’ ଭାଇରସ ଆତଙ୍କ : ଗୋଟିଏ ଦିନରେ ଗଲାଣି ୪ ଜୀବନ

ନୂଆଦିଲ୍ଲୀ : କରୋନା ମହାମାରୀ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିବା ବେଳେ ଏବେ ଆଉ ଏକ ଭାଇରସ୍ ଲୋକମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ଯାହାଫଳରେ ଏବେ ଏହି ଭୂତାଣୁରେ ଲୋକମାନେ ମୃତ୍ୟୁବରଣ କରିବା ଆରମ୍ଭ କରିସାରିଲେଣି । ଏହି ଭାଇରସର ନାମ ହେଉଛି “ଇବୋଲା” ।

ଏହି ଭାଇରସ୍ ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ଗିନିରେ ଦେଖାଦେଇଛି । ଏହି ଭୂତାଣୁ ଜନିତ ରୋଗରେ ୭ ଜଣ ପୀଡ଼ିତ ହୋଇଥିବା ଚିହ୍ନଟ ହୋଇଥିବା‌ ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଥିବାରୁ ଏହା ସ୍ବାସ୍ଥ୍ୟ ବିଶେଷଜ୍ଞ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଚିନ୍ତା ବଢ଼ାଇ ଦେଇଛି । ତେବେ ଆଗକୁ ଏହା ଭୟାନକ ରୁପ ଧାରଣ କରିବ ବୋଲି ବୈଞ୍ଜାନିକ ମାନେ ସୁଚନା ଦେଇଛନ୍ତି । 

Leave a Reply

Your email address will not be published. Required fields are marked *

Back to top button