ଲଞ୍ଚ୍ ହେଲା ସରକାରୀ ମେସେଜିଂ ଆପ୍

ନୂଆଦିଲ୍ଲୀ : ଡାଟା ପ୍ରାଇଭେସିକୁ ନେଇ ଏବେ ସମସ୍ତେ ଚିନ୍ତାରେ । ନିକଟରେ ହ୍ୱାଟ୍ସଆପର ନୂଆ ଡାଟା ପଲିସିକୁ ନେଇ ସୋସିଆଲ ମିଡିଆରେ ଝଡ ଉଠିଥିଲା । ଅନ୍ୟପଟେ ସରକାର ଏଥିପାଇଁ ପ୍ରସ୍ତୁତି କରିସାରିଲେଣି । ମୋଦି ସରକାର ଦେଶ ପାଇଁ ମେସେଜିଂ ଆପ୍ ଲଞ୍ଚ୍ କରିଦେଇଛନ୍ତି । ଏହାକୁ ଏବେ କେବଳ ସରକାରୀ କର୍ମଚାରୀ ବ୍ୟବହାର କରୁଛନ୍ତି । କିନ୍ତୁ ଖୁବ୍ ଶୀଘ୍ର ସାଧାରଣ ନାଗରିକଙ୍କ ପାଇଁ ମଧ୍ୟ ଏହାକୁ ଲଞ୍ଚ୍ କରାଯିବ ।

କେନ୍ଦ୍ର ସରକାର ଡାଟା ଚୋରି ଓ ପ୍ରାଇଭେସିକୁ ନେଇ ଏକ ନୂଆ ସନ୍ଦେଶ ଆପ୍ ଲଞ୍ଚ୍ କରିଛନ୍ତି । ବିଜନେସ୍ ଷ୍ଟାଣ୍ଡାର୍ଡର ରିପୋର୍ଟ ଅନୁସାରେ ଏହା ଏକ ଇନଷ୍ଟାଣ୍ଟ ମେସେଜିଂ ଆପ୍ ଯାହାକୁ ଏବେ ସରକାରୀ କର୍ମଚାରୀମାନେ ବ୍ୟବହାର କରିବା ପାଇଁ ଦିଆଯାଇଛି । ଏହାକୁ Government Instant Messaging Systam (GIMS) ମଧ୍ୟ କୁହାଯାଉଛି ।

ସୂଚନା ଅନୁସାରେ gims.gov.inରେ ଏହି ଆପକୁ ଆକ୍ସେସ୍ କରିହେବ । ସାଧାରଣ ନାଗରିକଙ୍କୁ ଏବେ ଏହାକୁ ବ୍ୟବହାର କରିପାରିବେନି । ଏହି ଆପ୍ ଆଣ୍ଡ୍ରଏଡ୍ ଓ ଆଇଓଏସରେ କାମ କରିବ । କହିରଖୁଛୁ ଗତ କିଛି ବର୍ଷରେ ଡାଟା ଚୋରିକୁ ନେଇ ଅନେକ ମାମଲା ସାମ୍ନାକୁ ଆସିଛି । ତେବେ ଏହାପରେ କେନ୍ଦ୍ର ସରକାର ଏଥିପ୍ରତି ଗମ୍ଭୀରତା ଦେଖାଇବା ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *

Back to top button