୫ ଟଙ୍କାରେ ମିଳିବ ଭାତ, ଡାଲି ଓ ଅଣ୍ଡା ତରକାରୀ

ନୂଆଦିଲ୍ଲୀ : ‘ମା ଯୋଜନା’ରେ ମାତ୍ର ୫ ଟଙ୍କା ମୂଲ୍ୟରେ ମିଳିବ ପେଟପୁରା ଭୋଜନ । ଏହି ଯୋଜନା ପଶ୍ଚିମବଙ୍ଗ ସରକାର ସାଧାରଣ ଜନତାଙ୍କ ପାଇଁ ଆଣିଥିବା ଜଣାପଡ଼ିଛି। ଏହି ୫ଟଙ୍କିଆ ଭୋଜନ ପ୍ଲେଟ୍‌ରେ ରହିବ ଭାତ, ଡାଲି, ପନିପରିବା ତରକାରି ଏବଂ ଅଣ୍ଡା। ନିର୍ଦ୍ଧାରିତ ସମୟରେ ହିଁ ଏହି ଭୋଜନ ଉପଲବ୍ଧ ହେବ।

ସୂଚନାଯୋଗ୍ୟ, ଏ ବର୍ଷ ମାର୍ଚ-ଏପ୍ରିଲ୍‌ ମାସରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ କରାଯିବ। ୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗକୁ ବିଜେପିର ପ୍ରବେଶ ଗଭୀର ହୋଇଥିବାରୁ ଶାସକ ତୃଣମୂଳ କଂଗ୍ରେସ ପାଇଁ ଏଥର ବିଧାନସଭା ନିର୍ବାଚନ ପ୍ରମୁଖ ଆହ୍ଵାନ ପାଲଟିଛି।

Leave a Reply

Your email address will not be published. Required fields are marked *

Back to top button