ପତ୍ନୀ ସହ ଶାରୀରିକ ସମ୍ବନ୍ଧ ରଖି ହତ୍ୟା କଲା ସ୍ଵାମୀ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ହମୀରପୁରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଜଣେ ମହିଳାଙ୍କୁ ତାଙ୍କ ନିଜ ସ୍ବାମୀ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାରେ ପୋଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିନେଇଛି । ଯାଞ୍ଚ ବେଳେ ନିଜେ ସ୍ବାମୀ ହିଁ ହତ୍ୟାକରୀ ବୋଲି ଜାଣିବାକୁ ପାଇଥିଲା ପୋଲିସ ।

ସୂଚନା ଅନୁସାରେ, ଗତ ୩ ଦିନ ହେଲା ନିଖୋଜ ଥିବା ଜଣେ ମହିଳାଙ୍କ ଶବକୁ ବେତଓ୍ବା ନଦୀ ନିକଟରୁ ଉଦ୍ଧାର କରିଥିଲା ପୋଲିସ । ତେବେ ତଦନ୍ତ ବେଳେ ଚାଞ୍ଚଲ୍ୟକର ତଥ୍ୟ ପାଇଥିଲା ପୋଲିସ । ପୋଲିସ କହିଥିଲା ଯେ, ମହିଳାଙ୍କ ହତ୍ୟା ଅନ୍ୟ କେହି ନୁହେଁ ବରଂ ତାଙ୍କ ସ୍ବାମୀ ହିଁ କରିଛି ।

ମୃତକ ମହିଳା ହେଉଛନ୍ତି ୨୧ ବର୍ଷୀୟା କାଞ୍ଚନ୍‌ । ସେ ୨ ବର୍ଷ ପୂର୍ବରୁ କାନପୁରର ଦେହାନ ନିବାସୀ ଅମିତ କୁମାରଙ୍କୁ ବିବାହ କରିଥିଲେ । ତେବେ କିଛି ଦିନ ତଳେ ସ୍ବାମୀ ଙ୍କ ସହିତ ଝଗଡା କରି ବାପ ଘରେ ରହିଆସୁଥିଲେ କାଞ୍ଚନ । ଅଭିଯୁକ୍ତ ସ୍ବାମୀ ଯୋଜନା କରି ଦେଖାକରିବା ବାହାନାରେ କାଞ୍ଚନଙ୍କୁ ଡକାଇଥିଲା । ଉକ୍ତ ନଦୀ କୂଳରେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପରେ ହତ୍ୟା କରି ଶବକୁ ଲୁଚାଇ ଦେଇଥିଲା ।

ଏହା ପରେ ଅଭିଯୁକ୍ତ ସ୍ବାମୀ ନିଜେ ଥାନାକୁ ଯାଇ ପତ୍ନୀଙ୍କ ନିଖୋଜ ସମ୍ପର୍କରେ ଏତଲା ଦେଇଥିଲା । ପୋଲିସ ପଚରାଉଚରା ବେଳେ ଅମିତକୁ ସନ୍ଦେହ କରିଥିଲା । ଶବ ମିଳିବା ପରେ ସ୍ବାମୀ ଅମିତ ପୋଲିସ ନିକଟରେ ଅପରାଧ ସ୍ବୀକାର କରିନେଇଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *

Back to top button