ବଢିବ ପରୀକ୍ଷାକେନ୍ଦ୍ର ସଂଖ୍ୟା, ନିଜ ସ୍କୁଲରେ ପରୀକ୍ଷା ଦେବେ ମାଟ୍ରିକ୍ ଛାତ୍ରଛାତ୍ରୀ

ଭୁବନେଶ୍ଵର : କୋଭିଡ୍ ପରିସ୍ଥିତି ଭିତରେ କିଭଳି ମାଟ୍ରିକ୍ ପରୀକ୍ଷା ହେବ ସେ ନେଇ ବୋର୍ଡ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କୋଭିଡ୍ ଯୋଗୁଁ ପରୀକ୍ଷା କେନ୍ଦ୍ର ସଂଖ୍ୟା ୨୦ରୁ ୩୦ ପ୍ରତିଶତ ବଢାଯିବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି ।

ସେହିପରି ନିଜ ନିଜ ସ୍କୁଲରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସେହିଭଳି ସ୍କୁଲ ଗୁଡିକରେ ସାମାଜିକ ଦୂରତା ଅବଲମ୍ବନ କରି କିଭଳି ପରୀକ୍ଷା କରାଯାଇପାରିବ, ସେ ନେଇ ଯୋଜନା ପ୍ରସ୍ତୁତ କରାଯାଉଥିବା ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ଗତବର୍ଷ ୨ ହଜାର ୮ ଶହ ୮ଟି ପରୀକ୍ଷା କେନ୍ଦ୍ରରେ ପିଲାମାନେ ପରୀକ୍ଷା ଦେଇଥିଲେ । ଚଳିତବର୍ଷ ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

Leave a Reply

Your email address will not be published. Required fields are marked *

Back to top button