ଭୂକମ୍ପରେ ଥରିଲା ହିମାଚଳ ପ୍ରଦେଶ

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶ ବିଳାସପୁରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରବିବାର ଅପରାହ୍ନରେ ବିଳାସପୁରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୨ ଥିଲା। ଭୂକମ୍ପ କେନ୍ଦ୍ର ବିଳାସପୁରରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ। ଭୂକମ୍ପ ଅପରାହ୍ନ ୩ଟା ୫୦ ମିନିଟରେ ହୋଇଥିଲା। ଭୂକମ୍ପ ଝଟକା ଅନୁଭୂତ ହେବାରୁ ଲୋକେ ନିଜ ନିଜ ଘରୁ ବାହାରକୁ ଚାଲି ଯାଇଥିଲେ। ଭୟରେ ଲୋକେ ବହୁତ ସମୟ ଯାଏଁ ଘରକୁ ଯାଇନଥିଲେ। ତେବେ ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ। 

Leave a Reply

Your email address will not be published. Required fields are marked *

Back to top button