ମାର୍ଚ୍ଚରୁ ବଢିବ ବ୍ୟାଙ୍କ କର୍ମଚାରୀଙ୍କ ଦରମା

ନୂଆଦିଲ୍ଲୀ : ସରକାରୀ ବ୍ୟାଙ୍କରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଖୁସି ଖବର । ସେମାନଙ୍କ ଦରମା ବଢିବାକୁ ଯାଉଛି । ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ମହଙ୍ଗା ଭତ୍ତା(DA)ରେ ୩.୩ ପ୍ରତିଶତ ବୃଦ୍ଧି ହୋଇଛି । ଫେବୃୟାରୀ ୨୦୨୧ରୁ ଏପ୍ରିଲ ୨୦୨୧ ପର୍ଯ୍ୟନ୍ତ ଏହି ବୃଦ୍ଧି ହୋଇଛି । ଇଣ୍ଡିଆନ୍ ବ୍ୟାଙ୍କ୍ସ ଆସୋସିଏସନ୍ ଏନେଇ ଆଦେଶ ଜାରି କରିଦେଇଛି ।

AIACPI (All India Average Consumer Price Index) ଅକ୍ଟୋବର ୨୦୨୦ରେ ବୃଦ୍ଧି ପାଇ ୭୮୫୫.୭୬ରେ ପହଞ୍ଚି ଯାଇଛି । ନଭେମ୍ବର ଓ ଡିସେମ୍ବରରେ ଏହା କ୍ରମଶଃ ୭୮୮୨.୦୬ ଓ ୭୮୦୯.୭୪ ହୋଇଯାଇଛି ।

ଏମିତି କାଲକୁଲେଟ୍ ହେବ ଡିଏ
ଡିଏ ସ୍ଲାବ ୭୮୪୯-୬୩୫୨= ୧୪୯୭/୪= ୩୭୪ ସ୍ଲାବ୍ସ ଗତ ତ୍ରୈମାସିକରେ ସ୍ଲାବ = ୩୪୧ ଡିଏରେ ବୃଦ୍ଧି = ୩୭୪-୩୪୧ = ୩୩ ସ୍ଲାବ୍ସ(୩.୩%)

ଏସବିଆଇ ପିଓଙ୍କ ପ୍ରାରମ୍ଭିକ ବେସିକ୍ ୨୭  ହଜାର ଟଙ୍କା ହୋଇଥାଏ । ଡିଏରେ ୩.୩ ପ୍ରତିଶତ ବୃଦ୍ଧି ଫଳରେ ସାଲାରୀ ଏବେ ୯୦୦ ଟଙ୍କା ମାସିକ ବଢିବ । ଏଥିରେ ୪ ଇନକ୍ରିମେଣ୍ଟ ମଧ୍ୟ ଯୋଡିହେବ । ପ୍ରମୋଶନ ପରେ ସର୍ବାଧିକ ବେସିକ୍ ୪୨ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଯିବ । ତେବେ ଏତିକି ବେସିକ୍ ପାଉଥିବା ପିଓଙ୍କ ସାଲାରୀରେ ପ୍ରାୟ ୧୩୮୬ ଟଙ୍କାର ଫରକ ପଡିବ । ସେହିଭଳି ଉପରିସ୍ଥ ଅଧିକାରୀଙ୍କ ଦରମାରେ ହଜାର ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବ ।

Leave a Reply

Your email address will not be published. Required fields are marked *

Back to top button