ଖୋଲିବ ମଞ୍ଚ, ଚାଲିବ ନାଚ

ଭୁବନେଶ୍ଵର : ମାର୍ଚ୍ଚ ମାସ ଗାଇଡ୍‌ଲାଇନ୍‌ରେ ଯାତ୍ରା ପାଇଁ କଟକଣା କୋହଳ କଲେ ରାଜ୍ୟ ସରକାର। ଯାତ୍ରା ଓ ଅପେରା ପାଇଁ ସର୍ବାଧିକ ୨୦୦୦ ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ କରାଯାଇପାରିବ। ଏଥିପାଇଁ ଜିଲ୍ଲାପାଳ ଓ କମିଶନରଙ୍କ ଅନୁମତି ନେବାକୁ ପଡ଼ିବ। କରୋନାର ସମସ୍ତ ଗାଇଡଲାଇନ ମାନି ଯାତ୍ରା ପରିବେଷଣ କରାଯାଇପାରିବ। ସାମାଜିକ ଦୂରତ୍ୱ, ମାସ୍କ ପରିଧାନ, ଥର୍ମାଲ ସ୍କାନିଂ ବାଧ୍ୟତାମୂଳକ। ସିଟ୍ ମଧ୍ୟରେ ୬ ଫୁଟ ଦୂରତ୍ୱ ରହିବ। ରୋଗାକ୍ରାନ୍ତଙ୍କୁ ଅନୁମତି ମନା। ଇନଫ୍ଲୁଏଞ୍ଜା ଲକ୍ଷଣ ଥିବା ଦର୍ଶକଙ୍କୁ ଯାତ୍ରା ଦେଖିବାକୁ ଅନୁମତି ନାହିଁ। ଅନଲାଇନ ଟିକେଟ ବ୍ୟବସ୍ଥା କରିବାକୁ ଆୟୋଜକଙ୍କୁ ପରାମର୍ଶ ଦିଆଯାଇଛି। ଅଧିକରୁ ଅଧିକ ଟିକେଟ କାଉଣ୍ଟର କରିବାକୁ ଆୟୋଜକଙ୍କୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button