ପଟ୍ଟାମୁଣ୍ଡାଇ : ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ମୃତ

ପଟ୍ଟାମୁଣ୍ଡାଇ : ପ୍ରେମ ଦିବସରେ ପଟ୍ଟାମୁଣ୍ଡାଇରୁ ଆସିଲା ଦୁଃଖଦ ଖବର । ପାରିବାରିକ କଳହରୁ କିରୋସିନ ଢାଳି ସ୍ୱାମୀ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ବଂଚାଇବାକୁ ଯାଇ ସ୍ତ୍ରୀ ମୃତ ।

ସୂଚନା ଅନୁସାରେ, ପଟ୍ଟାମୁଣ୍ଡାଇ ବ୍ଲକ ସାନ-ଜରିଆ ଗାଁର ଶୈଳେନ୍ଦ୍ର ମଲ୍ଲିକ ପାରିବାରିକ କାଳହକୁ ନେଇ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ସ୍ୱାମୀକୁ ବଂଚାଇବାକୁ ଯାଇ ସ୍ତ୍ରୀ ବନ୍ଦିତା ମଲ୍ଲିକ ମଧ୍ୟ ଗୁରୁତର ହୋଇପଡିଥିଲେ । ଉଭୟ ସ୍ୱାମୀ, ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତି କରାଯାଇଥିଲା ।  ସେଠାରେ ସ୍ତ୍ରୀ ବନ୍ଦିତା ମଲ୍ଲିକଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି ।

Leave a Reply

Your email address will not be published. Required fields are marked *

Back to top button