ମହିଳା ହୋମଗାର୍ଡଙ୍କୁ ଦୁଷ୍କର୍ମ କରି ଯବାନ ଫେରାର

ଭୁବନେଶ୍ଵର : ଜଣେ ମହିଳା ହୋମଗାର୍ଡଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ଓଡ଼ିଶା ଆର୍ମଡ୍‌ ପୁଲିସ ଫୋର୍ସର ଜଣେ ଯବାନ ତାଙ୍କୁ ପ୍ରତାରିତ କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ପୀଡିତା ମହିଳା ହୋମଗାର୍ଡ଼ ୨୦୧୦ ମସିହାରେ ସ୍ଥାନୀୟ ପିଅନପଡ଼ା ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ । ଏ ସମୟରେ ଓଡ଼ିଶା ଆର୍ମଡ ପୁଲିସରେ ଚାକିରି କରୁଥିବା ଖଜୁରିପଡ଼ା ଥାନା ଦୁତିପଡ଼ାର ଲକ୍ଷ୍ମଣ କହଁରଙ୍କ ସହ ସମ୍ପର୍କ ଗଢ଼ି ଉଠିଥିଲା । ଲକ୍ଷ୍ମଣ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଅନେକ ଥର ଶାରୀରିକ ସମ୍ପର୍କ ରଖିଥିଲେ । ଏପରିକି ମହିଳା ଜଣକ ଅନେକ ଥର ଗର୍ଭବତୀ ହୋଇଥିଲେ ବି ତାଙ୍କୁ ଗର୍ଭପାତ ପାଇଁ ଲକ୍ଷ୍ମଣ ବାଧ୍ୟ କରିଥିଲେ ବୋଲି ମହିଳା ତାଙ୍କ ଏତଲାରେ କହିଛନ୍ତି ।

କିନ୍ତୁ ପରବର୍ତ୍ତୀ ସମୟରେ ଲକ୍ଷ୍ମଣ ବିବାହକୁ ଏଡ଼ାଇ ଚାଲିଥିଲେ । ମହିଳା ନିଜେ ବିବାହ ପ୍ରସ୍ତାବ ଦେବାରେ ଲକ୍ଷ୍ମଣଙ୍କ ପରିବାର ଅଧିକ ଯୌତୁକ ଦାବି କରି ବିବାହ ପ୍ରସ୍ତାବରେ ଅସମ୍ମତି ପ୍ରକାଶ କରିବା ସହିତ ମହିଳାଙ୍କ ପାଖରେ ଥିବା ପ୍ରେମ ସମ୍ପର୍କିତ ସମସ୍ତ ତଥ୍ୟ ପ୍ରମାଣକୁ ମଧ୍ୟ ଲକ୍ଷ୍ମଣ ଜବରଦସ୍ତ ନଷ୍ଟ କରିଦେଇଛନ୍ତି । ସେ କୌଣସି ଉପାୟ ନପାଇ ଶେଷରେ ସେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ । ତାଙ୍କ ପରିବାର ଲୋକ ଠିକ ସମୟରେ ପହଞ୍ଚି ତାଙ୍କୁ ମେଡିକାଲରେ ଭର୍ତ୍ତି କରି ଜୀବନ ବଞ୍ଚାଇଥିଲେ । ପୀଡ଼ିତା ସବୁ ଦିଗରୁ ନିରୁପାୟ ହୋଇ ଶେଷରେ ଲକ୍ଷ୍ମଣଙ୍କ ବିରୋଧରେ ଫୁଲବାଣୀ ଟାଉନ ଥାନାରେ ଏତଲା ଦେଇଛନ୍ତି । ଘଟଣାର ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *

Back to top button