ଠିଆହୋଇ ପାଣି ପିଇବା ଅନୁଚିତ

0

ସାଧାରଣତଃ ଅନେକ ଲୋକ ଠିଆହୋଇ ପାଣି ପିଇବା ଦେଖାଯାଏ। କିନ୍ତୁ ଏହା ଆଦୌ ଭଲ ଅଭ୍ୟାସ ନୁହେଁ। ଏପରି କରିବା ଦ୍ଵାରା ଶରୀର ଉପରେ କୁପ୍ରଭାବ ପଡିଥାଏ। ତେବେ ଠିଆହୋଇ ପାଣି ପିଇବା କେତେ କ୍ଷତିକାରକ ଆସନ୍ତୁ ଜାଣିବା।

୧- ଠିଆ ହୋଇ ପାଣି ପିଇଲେ ତାହା ଗଳାରେ ଥିବା ଫୁଡ୍ ପାଇପ୍ ଦେଇ ଦ୍ରୁତ ଗତିରେ ପେଟକୁ ଯାଇଥାଏ। ଏହାଦ୍ୱାରା ପାଣିର ପ୍ରେସର୍ ଆଖପାଖ ଅଙ୍ଗ ଓ ପେଟକୁ କ୍ଷତି ପହଞ୍ଚାଇଥାଏ। ଫଳରେ ପାଚନ ପ୍ରଣାଳୀ ପ୍ରଭାବିତ ହୋଇପାରେ। ଏହାଛଡା ଛାତିରେ ଜ୍ଵଳନ (ହାର୍ଟ ବର୍ନ) ଓ ଅଲସର୍ ସମସ୍ୟା ଦେଖାଦେଇପାରେ।

୨- କିଡନୀ ଉପରେ ପ୍ରଭାବ ପଡିଥାଏ। କାରଣ କିଡନୀର କାମ ପାଣିକୁ ଛାଣିବା। କିନ୍ତୁ ଠିଆ ହୋଇ ପାଣି ପିଇଲେ ତାହା ଠିକ ଭାବେ ଫିଲ୍ଟର ନ ହୋଇ କିଡନୀରେ ଜମା ହୋଇଯାଇଥାଏ। ଫଳରେ କିଡନୀ ସମସ୍ୟା, ୟୁରିନ୍ ଇନଫେକ୍ସନ୍ ଓ ଜ୍ଵଳନ ଆଦି ସମସ୍ୟା ଦେଖାଦିଏ।

୩- ଠିଆ ହୋଇ ପାଣି ପିଇଲେ ଭବିଷ୍ୟତରେ ଆଥରାିଟିସ୍ ହେବାର ସମ୍ଭାବନା ଥାଏ। ଶରୀରରେ ଫ୍ଲୁଏଡ୍ ବାଲାନ୍ସ ବିଗିଡିବା ସହିତ ଗଣ୍ଠିରେ ଥିବା ଫ୍ଲୁଏଡକୁ ପ୍ରଭାବିତ କରିଥାଏ। ଯେଉଁଥିପାଇଁ ଆଙ୍ଗୁଠି, ଆଣ୍ଠୁ ଓ ଅଣ୍ଟା ଆଦିରେ ଯନ୍ତ୍ରଣା ହୋଇଥାଏ।

୪- ସବୁଠାରୁ ବଡ କଥା ହେଲା ଠିଆ ହୋଇ ପାଣି ପିଇଲେ ଶୋଷ ମେଣ୍ଟେନି। ବାରମ୍ବାର ଶୋଷ ହୋଇଥାଏ। ସେଥିପାଇଁ ଆରାମରେ ବସି ପାଣି ପିଇବା ଉଚିତ। ଏହା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ।

Leave A Reply

Your email address will not be published.