ଯକୃତ ସମ୍ବନ୍ଧୀୟ ରୋଗରୁ ରକ୍ଷାକରେ ଏହି ଫଳ

{ Drx. Gyana Ranjan swain } ୧) ଟମାଟରରେ ଲାଇକୋପିନ୍ ନାମକ ଆଣ୍ଟିଅକ୍ସିଡେଣ୍ଟ, ଆଣ୍ଟିଇଂଫ୍ଲାମେଟ୍ରି ଏବଂ କର୍କଟକୁ ନଷ୍ଟ କରିବା ଗୁଣ ରହିଛି । ଏହାଦ୍ୱାରା ଯକୃତ ଫୁଲିବା, କର୍କଟ ହେବାର ବିପଦ ଏବଂ ଅନ୍ୟ ସମସ୍ୟା ଦୂର ହୋଇଥାଏ ।

୨) କଞ୍ଚା ଟମାଟର ସମେତ ଟମାଟର ସସ୍, କେଚଅପ୍ ଏବଂ ଟମାଟରରେ ତିଆର ଖାଦ୍ୟରେ ବି ଲାଇକୋପିନ୍ ଭରପୁର ମାତ୍ରାରେ ମିଳିଥାଏ । ଏହାସହିତ ଯକୃତ କର୍କଟରୁ ରକ୍ଷା ପାଇଁ ଟମାଟର ପାଉଡର ଭଲ କାମ କରିଥାଏ ।

୩) କଞ୍ଚା ଟମାଟରରୁ ଭିଟାମିନ୍ ଇ, ଭିଟାମିନ୍ ସି, ଫୋଲେଟ, ମିନେରାଲ୍ସ, ଫିନୋଲିକ୍ କମ୍ପାଉଣ୍ଡ ଏବଂ ଡ୍ରାଏଟ୍ରି ଫାଇବର ମିଳିଥାଏ ।

୪) ଟମାଟର ବ୍ୟତିତ ପିଜୁଳି, ତରଭୁଜ, ଅମୃତଭଣ୍ଡା ରେ ବି ଲାଇକୋପିନ୍ ରହିଛି । କିନ୍ତୁ ଟାମାଟର ମୁକାବିଲାରେ ଏହି ସମସ୍ତ ଜିିନିଷରେ ଲାଇକୋପିନ୍ ମାତ୍ରା କମ୍ ରହିଛି ।

୫) ଲାଇକୋପିନ୍ ଭରପୁର ଟମାଟର ସେବନ କରିବା ଦ୍ୱାରା ହୃଦରୋଗ , ଅଷ୍ଟ୍ରିୟପୋରୋସିସ୍, ମଧୁମେୟ, ଫୁସଫୁସ୍ , ସ୍ତନ ଏବଂ ପେଟ ଆଦି କର୍କଟ ର ବିପଦ କମ୍ ଥାଏ ।

ମତାମତ ଦିଅନ୍ତୁ ।