ବନ୍ଦ ହୋଇପାରେ ଏହି ସୋସିଆଲ ମିଡିଆ !

ନୂଆଦିଲ୍ଲୀ : ଇନ୍ଷ୍ଟାଗ୍ରାମ୍ରେ ପ୍ରଚାର ହେଉଥିବା ଘୃଣିତ ମେସେଜ୍କୁ ନେଇ କମ୍ପାନୀ ପକ୍ଷରୁ ବ୍ୟବହାରକାରୀଙ୍କୁ ସତର୍କ କରାଯାଇଛି । ଏ ନେଇ କମ୍ପାନୀ ଏଥିରେ ସଂପୃକ୍ତ ଥିବା ଆକାଉଣ୍ଟକୁ ରଦ୍ଦ କରିବା ନେଇ ଘୋଷଣା କରିଛନ୍ତି । କହିରଖୁଛୁ ଯେ, ବର୍ତ୍ତମାନ ଯଦି କେହି ବ୍ୟକ୍ତି ପ୍ରତ୍ୟେକ୍ଷ ମେସେଜ୍ ପଠାଉଥାନ୍ତି ତେବେ ସେହି ବ୍ୟକ୍ତି ନିୟମ ଅନୁସାରେ କୌଣସି ମିଛ ଖବର ପ୍ରସାର କରିବା ପାଇଁ ଦାୟୀ ରହିବେ । କମ୍ପାନୀ ଅନୁସାରେ ଏହି ବ୍ୟକ୍ତିଙ୍କ ଆକାଉଣ୍ଟକୁ କିଛି ଦିନ ପାଇଁ ଅକାମୀ କରିଦିଆଯିବ । ଯାହାଫଳରେ ସେ ଆଉ ମେସେଜ୍ ପାଠାଇ ପାରିବେ ନାହିଁ ।
ବୁଧବାର ମଧ୍ୟ ରାତ୍ରରେ ଇନ୍ଷ୍ଟାଗ୍ରାମ କମ୍ପାନୀ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ବର୍ତ୍ତମାନ ଠାରୁ ଯଦି କୌଣିସି ବ୍ୟକ୍ତି ଏହି ନିୟମର ଉଲଂଘନ କରନ୍ତି ତେବେ ତାଙ୍କର ଆକାଉଣ୍ଟକୁ ଡି-ଆକ୍ଟିଭେଟ୍ କରିଦିଆଯିବ । ଏଥିସହିତ କୌଣସି ମିଛ ଖବର ବା ଘୃଣା ସୃଷ୍ଟିକାରୀ ଖବର ପ୍ରସାରିତ କରିବା ପାଇଁ ଖୋଲାଯାଇଥିବା ଆକାଉଣ୍ଟକୁ ଖୋଜି ଖୋଜି ଇନ୍ଷ୍ଟାରୁ ହଟାଇଦିଆଯିବ ।
ଏହାଛଡ଼ା କମ୍ପାନୀ କହିଛି ଯେ, କେତେକ ଦେଶରେ ବ୍ୟକ୍ତିଗତ ଆକ୍ଉଣ୍ଟ ଉପରେ ଏହି ନିୟନ୍ତ୍ରଣର ଲାଗୁ କରାଯାଇଛି । ଏହାକୁ ଖୁବ୍ ଶୁଘ୍ର ସବୁ ଦେଶରେ ଲାଗୁ କରିବା ପାଇଁ କମ୍ପାନୀ ପ୍ରୟାସ କରୁଥିବା ଜଣାପଡ଼ିଛି । ବ୍ୟବହାରକାରୀ କୌଣସି ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଟ୍ୟାଗ୍ କରାଯିବା ଠାରୁ ବଞ୍ଚିବା ପାଇଁ ଟର୍ଣ୍ଣ ଅଫ୍ ଅପ୍ସନର ବଟମ୍କୁ ବାଛିବାକୁ ପଡ଼ିବ । ଏଥିସହିତ ଚାହୁଁନଥିବା ମେସେଜ୍ଠାରୁ ମୁକ୍ତି ପାଇବା ପାଇଁ କାହାକୁ ବି ବ୍ୟବହାରକାରୀ ବ୍ଲକ୍ କରିବାର ଅପ୍ସନ୍ ପାଇବେ ବୋଲି କମ୍ପାନୀ କହିଛି ।