ପ୍ରେମୀଯୁଗଳଙ୍କୁ ମନା ଏହି ମନ୍ଦିର

ପ୍ରେମରେ ପଡ଼ିଥିବା ଝିଅ-ପୁଅ ସେମାନଙ୍କ ସମ୍ପର୍କ ଦୀର୍ଘସ୍ଥାୟୀ ହେବା ପାଇଁ ମନ୍ଦିର ଯାଇଥାନ୍ତି ପୂଜାର୍ଚ୍ଚନା କରିବାକୁ। ମାତ୍ର ଏମିତି ମନ୍ଦିର ଅଛି ଯେଉଁଠି ପ୍ରେମୀଯୁଗଳଙ୍କୁ ମନା ଥାଏ। ବିଶ୍ୱାସ ହେଉ ନ ଥିଲେ ବି ସତ। ଉତ୍ତରପ୍ରଦେଶର ସାହାରନପୁରରେ ରହିଛି ଏକ ହନୁମାନ ମନ୍ଦିର।  ସେଠାକୁ ପ୍ରେମୀଯୁଗଳଙ୍କୁ ଯିବା ପାଇଁ ବାରଣ କରାଯାଇଛି।

୮ବର୍ଷ ତଳେ ନିର୍ମିତ ଏହି ମନ୍ଦିରକୁ ପରିବାର ଲୋକେ ପିଲାଙ୍କ ମନରେ ଥିବା ପ୍ରେମନିଶା ଦୂର କରିବା ପାଇଁ ଆସିଥାଆନ୍ତି। କାରଣ ବେଳେବେଳେ ପ୍ରେମରେ ପଡ଼ି ପିଲାମାନେ ଅନେକେ ଭୁଲ କରିଦେଇଥାନ୍ତି। ଯାହା ମାତାପିତାଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥାଏ। ତେଣୁ ପିଲାମାନଙ୍କୁ ଭଲ ବାଟକୁ ଫେରାଇ ଆଣିବା ପାଇଁ ଅଭିଭାବକମାନେ ଏହି ମନ୍ଦିରକୁ ଯାଇଥାନ୍ତି। ପ୍ରତି ଶନିବାର ଏବଂ ମଙ୍ଗଳବାରରେ ଏକ ବିଶେଷ ପୂଜାର ଆୟୋଜନ କରାଯାଇଥାଏ। ପୂଜା ପରେ ମନ୍ଦିରର ପୂଜାରୀ ପ୍ରେମ କରୁଥିବା ଝିଅ-ପୁଅଙ୍କ ପରିବାର ଲୋକଙ୍କୁ କେତେକ ପ୍ରତିକାର କରିବାକୁ କହିଥାନ୍ତି। ଏହି ଉପାୟଗୁଡ଼ିକୁ ପରିବାର ଲୋକେ ପାଳନ କଲେ ପ୍ରେମରେ ପଡ଼ିଥିବା ଝିଅ-ପୁଅ ସୁଧୁରି ଯାଇଥାନ୍ତି।

Leave a Reply

Your email address will not be published. Required fields are marked *

Back to top button