Breaking Newsଅପରାଧ

ଟିଭି ଦେଖିବାକୁ ଯାଇଥିବା ଶିଶୁକୁ ତଣ୍ଟିଚିପି ହତ୍ୟା

ଚେନ୍ନାଇ : ତାମିଲନାଡ଼ୁର ଟ୍ୟୁଟିକୋରିନ ଜିଲ୍ଲାରେ ଘଟିଛି ଏକ ଅମାନୁଷିକ ଘଟଣା। ଟିଭି ଲଗାଇବାକୁ କହିବାରୁ ଆଠ ବର୍ଷର ଝିଅଟିକୁ ତଣ୍ଟିଚିପି ହତ୍ୟା କରି କେନାଳରେ ଫିଙ୍ଗି ଦେଇଛି ଜଣେ ସଇତାନ।

ଖବର ଅନୁଯାୟୀ ଛୋଟ ଝିଅଟିର ମାଆ ଜଣେ ଶ୍ରମିକ। ପ୍ରାୟ ସବୁବେଳେ ଶିଶୁଟି ପଡୋଶୀ ଘରକୁ ଟିଭି ଦେଖିବାକୁ ଘରକୁ ଯାଉଥିଲା। ବୁଧବାର ମଧ୍ୟ ସେ ଯାଇଥିଲା ପଡୋଶୀ ଘରକୁ। କିନ୍ତୁ ସେତେବେଳକୁ ଅଭିଯୁକ୍ତ ଜଣକ ନିଜ ପିତାଙ୍କ ସହ ଝଗଡ଼ା କରୁଥିଲା। ଏହି ସମୟରେ ଶିଶୁଟି ଟିଭି ଲଗାଇବାକୁ କହିବାରୁ ଅଭିଯୁକ୍ତ ରାଗିଯାଇ ତଣ୍ଟିଚିପି ଦେବାରୁ ତାର ଜୀବନ ଚାଲିଯାଇଥିଲା। ଏହାପରେ ଅଭୁଯୁକ୍ତ ମୃତ ଶିଶୁକୁ ଏକ ଡ୍ରମ ଭିତରେ ଭର୍ତ୍ତି କରି ପରବର୍ତ୍ତୀ ସମୟରେ ଘର ପାଖ କେନାଲରେ ଫିଙ୍ଗି ଦେଇଥିଲା।

ଅଭିଯୁକ୍ତର ଏହି କାଣ୍ଡକୁ କେହିଜଣେ ଦେଖି ପୋଲିସକୁ ଖବର ଦେବାରୁ ପୋଲିସ କେନାଲରୁ ମୃତଦେହ ଉଦ୍ଧାର କରି ଅଭିଯୁକ୍ତକୁ ଗିରଫ କରିଛି। ଏହାଛଡା ଡ୍ରମକୁ କେନାଲ ପୋଲ ପର୍ଯ୍ୟନ୍ତ ନେବାରେ ଅଭିଯୁକ୍ତକୁ ସାହାଯ୍ୟ କରିଥିବା ତା’ର ଜଣେ ସାଙ୍ଗକୁ ମଧ୍ୟ ପୋଲିସ ଗିରଫ କରିଛି। ଏବେ ହତ୍ୟା ମାମଲା ରୁଜୁକରି ପୋଲିସ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି।

ମତାମତ ଦିଅନ୍ତୁ ।

Back to top button