ଟିଏମସି ବିଜୟର ଶ୍ରେୟ ମମତାଙ୍କର : କୈଳାସ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଟିଏମସିର ଭଲ ପ୍ରଦର୍ଶନ କରିଛି। ଏଥିପାଇଁ ସମସ୍ତ ଶ୍ରେୟ ଦିଦିଙ୍କର। ଏହା କହିଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ପଶ୍ଚିମବଙ୍ଗ ନିର୍ବାଚନ ଦାୟିତ୍ୱରେ ଥିବା କୈଳାସ ବିଜୟଭର୍ଗିଆ। ସେ କହିଛନ୍ତି ତାଙ୍କ ଦଳ ଫଳାଫଳକୁ ଅନୁଧ୍ୟାନ କରିବ।

ରବିବାର କୈଳାସ ବିଜୟଭର୍ଗିଆ କହିଛନ୍ତି ଦଳ ଖରାପ ପ୍ରଦର୍ଶନ କରିଛି। ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିକଟରୁ ତାଙ୍କୁ ପାଖକୁ କଲ ଆସିଛି। ବିଜେପି ସାଂସଦ ବାବୁଲ ସୁପ୍ରିୟୋ ଓ ଲକେଟ ଚାଟାର୍ଜୀଙ୍କ ଫଳାଫଳ ଦେଖି ସେ ଆଶ୍ଚର୍ଯ୍ୟ ହୋଇଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ମତଦାନରୁ ଜଣାପଡିଛି ଲୋକମାନେ ଦିଦିଙ୍କୁ ଅଧିକ ପସନ୍ଦ କରନ୍ତି। ତେବେ ନିର୍ବାଚନରେ କ’ଣ ଭୁଲ୍ କରିଛି ବିଜେପି ତାହାର ଅନୁଧ୍ୟାନ କରିବ। ଏହା ସାଂଗଠନିକ ପ୍ରସଙ୍ଗ ହୋଇଥିବାରୁ ଦଳ ଭିତରେ ଆଲୋଚନା ହେବ।

ସୂଚନାଯୋଗ୍ୟ ପଶ୍ଚିମବଙ୍ଗରେ ଟିଏମସି ସରକାର ଗଢ଼ିବା ଏକ ପ୍ରକାର ସ୍ପଷ୍ଟ ହେବାକୁ ଯାଉଛି। ବିଜେପି ୨୦୦ରୁ ଅଧିକ ଆସନରେ ଜିତିବ ବୋଲି ଯେଉଁ ଆକଳନ କରୁଥିଲା ତାହା ସମ୍ଭବ ହୋଇନି। କିନ୍ତୁ ରାଜ୍ୟରେ ବିଜେପି ଏକ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି। ଟିଏମସି ଓ ବିଜେପି ଲଢ଼େଇରେ କଂଗ୍ରେସ ଓ ବାମ ଦଳ ସଫା ହୋଇଯାଇଛି।

Leave a Reply

Your email address will not be published. Required fields are marked *

Back to top button