ଟିଏମସି ଛାଡ଼ିଲେ ଅଭିନେତ୍ରୀ ଦେବଶ୍ରୀ ରୟ

କୋଲକାତା : ପଶ୍ଚିମବଙ୍ଗ ତୃଣମୂଳ କଙ୍ଗ୍ରେସରୁ ଆଜି ଇସ୍ତଫା ଦେଇଛନ୍ତି ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ଦେବଶ୍ରୀ ରୟ। ଏଥର ବିଧାନସଭା ନିର୍ବାଚନ ଲଢିବା ପାଇଁ ତାଙ୍କୁ ପ୍ରାର୍ଥୀ କରିନଥିବାରୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି।

ଦେବଶ୍ରୀ ଟିଏମସିର ବେଙ୍ଗଲ ମୁଖ୍ୟ ସୁବ୍ରତ ବକ୍ସିଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ମୁଁ କୌଣସି ଦଳୀୟ ପଦପଦବୀରେ ନଥିବାରୁ ଚିଠି ଲେଖି ଦଳର ସବୁ ନେତାମାନଙ୍କୁ ଜଣାଇ ଦେଉଛି ଏବେଠାରୁ ଆଉ ଟିଏମସିରେ ମୁଁ ରହିବାର କୌଣସି ଆବଶ୍ୟକ ନାହିଁ।

ଦେବଶ୍ରୀ ଦକ୍ଷିଣ ୨୪ ପ୍ରଗଣାର ରାଇଡିଘିରୁ ଦୁଇଥର ଟିଏମସି ଟିକେଟରୁ ବିଜୟୀ ହୋଇଥିଲେ। ବିଜେପିରେ ମିଶିବେ କି ବୋଲି ପ୍ରଶ୍ନର ଉତ୍ତରରେ ଦେବଶ୍ରୀ କହିଛନ୍ତି ଏବେ ମୁଁ ମୋ ଆକ୍ଟିଂ ପ୍ରୋଜେକ୍ଟକୁ ଶେଷ କରିବାକୁ ଚାହିଁବି। ଏହାପରେ ଯଦି ଭଲ ପ୍ରସ୍ତାବ ଆସିବ ତା’ହେଲେ ମୁଁ ଏହା ଉପରେ ବିଚାର କରିବି। ୨୦୧୯ରେ ଦେବଶ୍ରୀ ବିଜେପିରେ ମିଶିବା ପାଇଁ ନିଷ୍ପତ୍ତି ନେଇଥିଲେ। ବିଜେପି କାର୍ଯ୍ୟାଳୟରେ ତାଙ୍କୁ ଦେଖିବାକୁ ମିଳିଥିଲା। କିନ୍ତୁ ସେହି ସମୟରେ ଟିଏମସି ଛାଡ଼ି ବିଜେପିରେ ମିଶିଥିବା ସୋଭନ ଚାଟାର୍ଜୀ ଓ ତାଙ୍କ ବନ୍ଧୁ ବୈଶାଖୀ ଏଥିରେ ବାଧା ସୃଷ୍ଟି କରିଥିଲେ। ରବିବାର ସୋଭନ ବିଜେପି ଛାଡ଼ି ଥିବାରୁ ଦେବଶ୍ରୀଙ୍କ ବିଜେପିରେ ମିଶିବା ସହଜ ହେବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *

Back to top button