ଟିଏମସି କାର୍ଯ୍ୟାଳୟରେ ବିସ୍ଫୋରଣ : ତିନିଜଣ ଆହତ

ନୂଆଦିଲ୍ଲୀ : ଆସନ୍ତାକାଲି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ। ଏହା ପୂର୍ବରୁ ବାଙ୍କୁଡ଼ା ଜିଲ୍ଲାର ଜୟପୁର ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟରେ ଆଜି ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୩ଜଣ ଆହତ ହୋଇଥିବା ବେଳେ ଏଥିପାଇଁ କଂଗ୍ରେସ ଓ ବାମ ଦଳକୁ ଦାୟୀ କରିଛି ଟିଏମସି।

ଅନ୍ୟପକ୍ଷରେ ଅଭିଯୋଗକୁ ଖଣ୍ଡନ କରି ଭାରତୀୟ ଜନତା ପାର୍ଟି କହିଛି ପାର୍ଟି କର୍ମଚାରୀମାନେ ଅଫିସ୍ ଭିତରେ ବୋମା ତିଆରି କରୁଥିବା ବେଳେ ବିସ୍ଫୋରଣ ଘଟିଛି। ତେବେ ବିସ୍ଫୋରଣ ପରେ ଉକ୍ତ ଅଞ୍ଚଳର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ ରାଜନୈତିକର୍ମୀଙ୍କ ମଧ୍ୟରେ ହିଂସା ଓ ସଂଘର୍ଷ ଦେଖିବାକୁ ମିଳିଛି। ଆଇନ ଶୃଙ୍ଖଳା ରକ୍ଷା ପାଇଁ ସେଠାରେ ବହୁ ସଂଖ୍ୟକ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button