ଟିଏମସିକୁ ଫେରିଲେ ମୁକୁଲ ରୟ

କୋଲକାତା : ଟିଏମସିକୁ ଫେରିଲେ ବରିଷ୍ଠ ନେତା ମୁକୁଲ ରୟ ଓ ତାଙ୍କ ପୁଅ ଶୁଭ୍ରାଂଶୁ। ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟବରଣ କରିଥିବା ବିଜେପି ପାଇଁ ଏହା ଶକ୍ତ ଝଟକା ହୋଇଛି।

ମୁକୁଲ ଓ ତାଙ୍କ ପୁଅ ଶୁଭ୍ରାଂଶୁଙ୍କୁ ଟିଏମସି ମୁଖ୍ୟ ମମତା ବାନାର୍ଜୀ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଘରର ପୁଅ ଘରକୁ ଫେରିଲେ। ଅନ୍ୟମାନଙ୍କ ଭଳି ସେ କେବେହେଲେ ଗରଦାରୀ କରିନାହାନ୍ତି। ଏହି ମିଶ୍ରଣ ପର୍ବରେ ମମତାଙ୍କ ପୁତୁରା ତଥା ଦଳର ମହାସଚିବ ଅଭିଷେକ ବାନାର୍ଜୀଙ୍କ ସହ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଅଭିଷେକ ହିଁ ସେମାନଙ୍କୁ ଉତ୍ତରୀୟ ଦେଇଥିଲେ। ଟିଏମସି ନେତା ପାର୍ଥ ଚାଟାର୍ଜୀ ରୟ ବାପ-ପୁଅଙ୍କୁ ସ୍ୱାଗତ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button