ଟିଏମସିର ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

କୋଲକାତା : ପଶ୍ଚିମବଙ୍ଗରେ ହିଂସାକାଣ୍ଡ। ବାଂକୁଡା ଜିଲ୍ଲା ମେଜିଆ ଥାନା ଅଞ୍ଚଳରେ ତୃଣମୂଳ କଂଗ୍ରେସର ଦୁଇଗୋଷ୍ଠୀ ମଧ୍ୟରେ ମାରପିଟ୍‌ ଓ ଭଙ୍ଗାରୁଜା। ଟିଏମସି ନେତା ଅନିଶୁର ଖାନ ଓ ମନିରୁଲ ଖାନଙ୍କ ସମର୍ଥକଙ୍କ ମଧ୍ୟରେ ଲାଗିରହିଥିବା ଆଜି ମାରପିଟର ରୂପ ନେଇଥିବା ଜଣାପଡିଛି।

ଖବର ଅନୁଯାୟୀ ଉଭୟ ପକ୍ଷରୁ ଅନେକ ଆହତ ହୋଇଛନ୍ତି। ମେଜିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ ଉତ୍ତ୍ୟକ୍ତ ଲୋକେ ପୋଲିସକୁ ମଧ୍ୟ ଆକ୍ରମଣ କରିଛନ୍ତି। ସହିତ ପୋଲିସ ଗାଡିକୁ ସେମାନେ ଭଙ୍ଗାରୁଜା କରିଛନ୍ତି। ପରେ ଅଧିକ ସଂଖ୍ୟକ ପୋଲିସ ପହଞ୍ଚି ସ୍ଥିତି ଆୟତକୁ ଆଣିଥିଲେ। ଆହତମାନଙ୍କୁ ନିକଟସ୍ଥ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ ତୃଣମୂଳ କଂଗ୍ରେସ ଦଳର କିଛି କର୍ମୀଙ୍କୁ ପୋଲିସ ଉଠାଇନେଇଥିବା ସୂଚନା ମିିଳିଛି।

Leave a Reply

Your email address will not be published. Required fields are marked *

Back to top button