ଟିଏମସିର ପୂର୍ବତନ ସାଂସଦ ବିଜେପିରେ ମିଶିଲେ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ଦିନେଶ ତ୍ରିବେଦୀ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।

ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଦଳର ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଓ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ଦିନେଶ ତ୍ରିବେଦୀ ପଦ୍ମ ଧରିଛନ୍ତି। ସେ ଫେବ୍ରୁଆରି ୧୨ ତାରିଖରେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ। ଏହି ଅବସରରେ ଜେପି ନଡ୍ଡା କହିଛନ୍ତି ଦିନେଶ ତ୍ରିବେଦୀଙ୍କୁ ‘ବିଜେପି’କୁ ସ୍ୱାଗତ କରୁଛି। ମୁଁ ସବୁବେଳେ କହୁଥିଲି ସେ ଅନୁପଯୁକ୍ତ ଦଳରେ ଉପଯୁକ୍ତ ବ୍ୟକ୍ତି। କିନ୍ତୁ ଏବେ ସେ ଉପଯୁକ୍ତ ଦଳରେ ସାମିଲ ହୋଇଛନ୍ତି। ପଶ୍ଚିମବଙ୍ଗ ନିର୍ବାଚନରେ ଦିନେଶ ତ୍ରିବେଦୀ ସକ୍ରିୟ ଭୂମିକା ଗ୍ରହଣ କରିବେ।

ବିଜେପିରେ ଯୋଗଦେବା ପରେ ଦିନେଶ ତ୍ରିବେଦୀ କହିଲେ ମୁଁ କଦାପି ବ୍ୟବସାୟରେ ଆଗ୍ରହୀ ନ ଥିଲି। ଆଜି ମୁଁ ‘ଜନତା ପରିବାର’ରେ ଯୋଗ ଦେଇଛି। ଅନ୍ୟ ଦଳରେ (ମୁଁ ସେ ଦଳର ନାଁ ନ ଧରିବି ନାହିଁ) ସେମାନେ ଜନତାଙ୍କର ନୁହେଁ, ପରିବାର ସେବା କରନ୍ତି। ରାଜ୍ୟର ପରିସ୍ଥିତି ବିଷୟରେ ପଶ୍ଚିମବଙ୍ଗରେ ଅନେକ ଲୋକ ମତେ ପଚାରୁଥିଲେ। ଏବର ରାଜ୍ୟ ସରକାରଙ୍କ ରାଜତ୍ୱରେ ବଙ୍ଗରେ ବ୍ୟାପକ ଦୁର୍ନୀତି ଚାଲିଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button