ଟିଏମସିରୁ ବିଏସ୍ଏଫ୍ ଯବାନ ଫେରାର

ନବରଙ୍ଗପୁର : ନବରଙ୍ଗପୁର ପଲିଟେକନିକ୍‌ ଟିଏମସିରୁ ଜଣେ କରୋନା ଆକ୍ରାନ୍ତ ବିଏସ୍ଏଫ୍ ଯବାନ ଫେରାର ହୋଇଯାଇଛନ୍ତି। ଫେରାର ଯବାନଙ୍କ ଘର ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରରେ ବୋଲି ଜଣାପଡିଛି। ଗତ ୨୪ ତାରିଖରେ ସେ କରୋନା ପଜିଟିଭ ଚିହ୍ନଟ ହେବାରୁ ତାଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା। ୩୦ ତାରିଖରେ ସୁସ୍ଥ ହେବା ପରେ ମଧ୍ୟ ଯବାନଙ୍କୁ ଛଡ଼ା ନ ଯାଇ ଟିଏମ୍‌ସିରେ ରଖାଯାଇଥିଲା। ସେ ଘରକୁ ଯିବାକୁ ଛୁଟି ମାଗିଥିଲେ। କିନ୍ତୁ ଛୁଟି ନମିଳିବାରୁ ଯବାନଜଣଙ୍କ ୧୦ ତାରିଖରେ ସେଣ୍ଟରରୁ ଫେରାର ହୋଇ ଯାଇଛନ୍ତି। ଏନେଇ ବିଏସ୍ଏଫ୍ ପକ୍ଷରୁ ନବରଙ୍ଗପୁର ଥାନାରେ ଅଭିଯୋଗ ହୋଇଛି।

ମତାମତ ଦିଅନ୍ତୁ ।