ଟିକା ଦୁଇଟି ଡୋଜ ନେଇଥିଲେ ରାସନରେ ୫ ପ୍ରତିଶତ ରିହାତି

ବ୍ରହ୍ମପୁର : ଲୋକଙ୍କ ଭିତରେ ଟିକା ନେବା ପାଇଁ ଆଗ୍ରହ ସୃଷ୍ଟି କରିବାକୁ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ମ୍ୟୁନିସିପାଲିଟି ଅଭିନବ ପ୍ରୟାସ ଆରମ୍ଭ କରିଛି। ଏଥିରେ ସହାୟତା କରୁଛନ୍ତି ବ୍ୟବସାୟୀ ସଂଘ। ଦୁଇଟି ଡୋଜ୍ ଟିକା ନେଇଥିଲେ ରାସନ ସାମଗ୍ରୀ ଉପରେ ୫ ପ୍ରତିଶତ ରିହାତି ଦେବାକୁ କୁହାଯାଇଛି।

ଏହି ବ୍ୟବସ୍ଥା ଅନୁଯାୟୀ ଗ୍ରାହକ ଦୁଇଟି ଡୋଜ୍ ଟିକା ନେଇଥିଲେ ଯେକୌଣସି ଗ୍ରୋସରୀ ସାମଗ୍ରୀ ଉପରେ ୫ ପ୍ରତିଶତ ରିହାତି ଦୋକାନୀ ଦେବେ। ଏଥିପାଇଁ ହିଞ୍ଜିଳି ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ବ୍ୟବସାୟୀମାନଙ୍କୁ ଅନୁରୋଧ କରିଥିଲେ। ଏହି ପ୍ରସ୍ତାବରେ ଏକାଧିକ ବ୍ୟବସାୟୀ ରାଜି ହୋଇଛନ୍ତି। ଏଭଳି ପ୍ରୟାସ ଦ୍ଵାରା ଲୋକଙ୍କ ମନରୁ କରୋନା ଟିକା ନେବା ପାଇଁ ଅନାଗ୍ରହ ଦୂର ହୋଇପାରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *

Back to top button