ଟିକା ନଥିବାରୁ ଦିଲ୍ଲୀରେ ଟିକାକରଣ ବନ୍ଦ

ନୂଆଦିଲ୍ଲୀ : କରୋନା ଟିକା ସରିଯିବାରୁ ୧୮ବର୍ଷରୁ ଉର୍ଦ୍ଧ୍ଵ ବୟସ୍କଙ୍କ ଟିକାକରଣ ବନ୍ଦ। ଆଜିଠାରୁ ଟିକାକରଣ ବନ୍ଦ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି।

ଶନିବାର ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଆଜି ଦିଲ୍ଲୀରେ ୧୮+ ବର୍ଗ ପାଇଁ ଟିକାକରଣ ବନ୍ଦ ହୋଇଯାଇଛି। ଟିକାର ଷ୍ଟକ୍ ଶେଷ ହୋଇଯିବା କାରଣରୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଟିକାକରଣ କେନ୍ଦ୍ରକୁ ବନ୍ଦ କରାଯାଇଛି। କେତେକ କେନ୍ଦ୍ରରେ କିଛି ଟିକା ଉପଲବ୍ଧ ଅଛି ଯାହା ଆଜି ଦିଆଯିବ। ଦିଲ୍ଲୀର ସମଗ୍ର ଜନସଂଖ୍ୟାକୁ ଟିକା ଦେବା ପାଇଁ ୮୦ ଲକ୍ଷ ଡୋଜ୍ କୋଭିଡ୍ ଟିକା ଦରକାର। ରାଜ୍ୟକୁ ଟିକା ଯୋଗାଣ ପାଇଁ କେନ୍ଦ୍ର ତୁରନ୍ତ ବିଦେଶରୁ ଟିକା କିଣିବା ଆବଶ୍ୟକ। ଅନେକ ଦେଶ ଆବଶ୍ୟକତାଠାରୁ ଅଧିକ ଟିକା ସଂରକ୍ଷିତ କରି ରଖିଛନ୍ତି। ସେହି ଟିକାଗୁଡ଼ିକୁ ଭାରତକୁ ହସ୍ତାନ୍ତର କରିବାକୁ କେନ୍ଦ୍ର ସେମାନଙ୍କୁ ଅନୁରୋଧ କରିବା ଉଚିତ୍ ସେ କହିଛନ୍ତି।

କେଜ୍ରିୱାଲ କହିଛନ୍ତି ବିଦେଶୀ କମ୍ପାନିମାନଙ୍କୁ ଭାରତରେ ଟିକା ଉତ୍ପାଦନ କରିବାକୁ ଅନୁମତି ଦିଆଯିବା ଉଚିତ। ଭାରତ ବାୟୋଟେକ ନିଜର କୋଭାକ୍ସିନ ଟିକା ତିଆରି ଫର୍ମୁଲା ଅନ୍ୟ କମ୍ପାନି ସହ ସେୟାର କରିବାକୁ ରାଜିଥିବା ବେଳେ କେନ୍ଦ୍ର ଅନ୍ୟାନ୍ୟ କମ୍ପାନିମାନଙ୍କୁ ଟିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button