ଟିକା ପ୍ରମାଣପତ୍ର ଥିଲେ ପଶ୍ଚିମବଙ୍ଗ ଫେରନ୍ତା ୭ଦିନ କ୍ୱାରେଣ୍ଟିନରେ ରହିବେ

0

ଭୁବନେଶ୍ଵର : ରାଜ୍ୟ ସରକାର ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ କ୍ୱାରେଣ୍ଟିନ ନିୟମ ସାମାନ୍ୟ କୋହଳ କରିଛନ୍ତି। ଓଡିଶା ଫେରୁଥିବା ବ୍ୟକ୍ତିଙ୍କ ପାଖରେ କରୋନା ଟିକା ନେଇଥିବା ପ୍ରମାଣପତ୍ର ଥିଲେ ତାଙ୍କୁ ୭ ଦିନ କ୍ୱାରେଣ୍ଟିନରେ ରହିବାକୁ ପଡିବ।

ଶନିବାର ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନାଙ୍କ ପକ୍ଷରୁ ଏକ ନୂଆ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି କୌଣସି ବ୍ୟକ୍ତି ପଶ୍ଚିମବଙ୍ଗରୁ ଗାଡି କିମ୍ବା ଟ୍ରେନ୍ ଯୋଗେ ଓଡିଶା ଫେରୁଥିଲେ ସେମାନଙ୍କୁ ୧୪ ଦିନ ପାଇଁ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରହିବାକୁ ପଡିବ। ନଚେତ୍ ତାଙ୍କୁ ଓଡିଶାରେ ପ୍ରବେଶ କରିବାକୁ ସୁଯୋଗ ମିଳିବ ନାହିଁ। ବିମାନଯୋଗେ ପଶ୍ଚିମବଙ୍ଗରୁ ଓଡିଶା ଫେରିଲେ ସମସ୍ତଙ୍କୁ ୧୪ଦିନ ପାଇଁ ସଙ୍ଗରୋଧରେ ରହିବାକୁ ପଡିବ ବୋଲି କୁହାଯାଇଛି ।

ତେବେ ଯଦି ବେଙ୍ଗଲ ଫେରନ୍ତା ଲୋକ କୋଭିଡ୍ ଟିକା ନେଇଥିବା ପ୍ରମାଣପତ୍ର ଦେଖାଇବେ କିମ୍ବା ୪୮ ଘଂଟା ଭିତରେ କରୋନା ଟେଷ୍ଟର ନେଗେଟିଭ୍ ରିପୋର୍ଟ ଦେଖାଇବେ ତେବେ ତାଙ୍କୁ ୧୪ ଦିନ ବଦଳରେ ମାତ୍ର ୭ ଦିନ ପାଇଁ ସଙ୍ଗରୋଧରେ ରହିବାକୁ ପଡିବ। ସେ ଚାହିଁଲେ ନିଜ ଘରେ ମଧ୍ୟ ହୋମ୍ କ୍ୱାରେଣ୍ଟିନରେ ରହିପାରିବେ।

Leave A Reply

Your email address will not be published.