ଟିକାକୁ ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକାକୁ ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। କେନ୍ଦ୍ର ଟିକା ସଂଗ୍ରହ କରି ରାଜ୍ୟ ଗୁଡିକୁ ଯୋଗାଇବାକୁ ଯୁକ୍ତି ସେ ପୁଣିଥରେ ଦୋହାରାଇଛନ୍ତି। ଏହା ସମସ୍ତଙ୍କୁ ଟିକାକରଣ ଶୀଘ୍ର କରିବାକୁ ଫଳପ୍ରଦ କରିବ। ଟିକାକରଣ ପ୍ରାଥମିକତା ନ ପାଇଲେ କୌଣସି ରାଜ୍ୟ ସୁରକ୍ଷିତ ନୁହେଁ। ସ୍ୱାଧୀନତା ସଂଗ୍ରାମ ପରେ କରୋନା ସବୁଠାରୁ ବଡ ଆହ୍ୱାନ ଭାବେ ଆମ ଆଗରେ ଛିଡା ହୋଇଛି। ଟିକାକରଣ ନିୟମରେ ଆବଶ୍ୟକୀୟ ପରିବର୍ତ୍ତନ ଓ ସ୍ଥଳ ବିଶେଷରେ ସ୍ଥିତିର ଅନୁଧ୍ୟାନ କରି ନିୟମ କୋହଳ କରି ଟିକା ପାଇଁ ରାଜ୍ୟ ଗୁଡିକୁ ଅନୁମତି ଦେବା ଉଚିତ।

ଟିକା ପାଇଁ ରାଜ୍ୟ ଗୁଡିକ ପ୍ରତିଯୋଗିତା ନହେଉ। ଲୋକଙ୍କ ସୁରକ୍ଷା ଓ କିଭଳି ସମସ୍ତେ ଟିକା ପାଇବେ ସେ ଉପରେ ଗୁରୁତ୍ୱ ଦିଆଯାଉ। କେନ୍ଦ୍ର ୧୮ ବର୍ଷରୁ ଉଦ୍ଧ୍ୱର୍ ବୟସର ବ୍ୟକ୍ତିଙ୍କୁ ଟିକା ଦେବାକୁ ଘୋଷଣା କରିବା ପରେ ଟିକାର ଯଥେଷ୍ଟ ଚାହିଦା ବଢିଛି। ଏଥିପାଇଁ ଅଧିକାଂଶ ରାଜ୍ୟ ଗ୍ଲୋବାଲ ଟେଣ୍ଡର ଉପରେ ଗୁରୁତ୍ୱ ଦେଇଥିଲେ। କିନ୍ତୁ ବିଦେଶୀ କମ୍ପାନି ଗୁଡିକ ସିଧାସଳଖ କେନ୍ଦ୍ରକୁ ଟିକା ଦେବାକୁ ଚାହୁଁଥିବାରୁ ଏଭଳି ସ୍ଥିତିରେ ଘରୋଇ ଟିକା ରାଜ୍ୟ ଗୁଡିକ ପାଇଁ ଯଥେଷ୍ଟ ହେଉନାହିଁ।

Leave a Reply

Your email address will not be published. Required fields are marked *

Back to top button