ଟିକେଟ ପାଇଁ ବିଜେପି ଅଫିସରେ ଟେକା ପଥର ମାଡ

0

କୋଲକାତା : ଦଳୀୟ ଟିକେଟରୁ ବଞ୍ଚିତ ଆଶାୟୀମାନେ ଆଜି କୋଲକାତା ବିଜେପି ଅଫିସରେ ତୁମୁଳକାଣ୍ଡ ଘଟାଇଛନ୍ତି। ସେମାନେ ଦଳୀୟ ନିର୍ବାଚନ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ସମର୍ଥକମାନେ ଟେକା ପଥର ମାଡ଼ କରିଛନ୍ତି। ସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଲାଠି ଚାର୍ଜ କରିଥିବା ଜଣାପଡିଛି।

ଖବର ଅନୁଯାୟୀ କୋଲକାତାରେ ଥିବା ବିଜେପିର ନିର୍ବାଚନ କାର୍ଯ୍ୟାଳୟରେ ବାହାରେ ଗତକାଲି ଠାରୁ ଟିକେଟ ଆଶାୟୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ହେଲେ ଦଳର ବରିଷ୍ଠ ନେତାମାନେ କୌଣସି ପଦକ୍ଷେପ ନେଉନାହାନ୍ତି। ମଙ୍ଗଳବାର ଅଫିସ ଭିତରେ ଜଣେ ନେତାଙ୍କୁ ଦେଖି ବିଜେପି କର୍ମୀ ଓ ଟିକେଟ ଆଶାୟୀମାନେ ତାଙ୍କ ଉପରକୁ ପଥର ମାଡ଼ କରିବା ଆରମ୍ଭ କରିଥିଲେ। ଏପରି କରିଥିବା ଏଥିପାଇଁ ୬ ଜଣଙ୍କୁ ଅଟକ ରଖିଛି। ତେବେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଲାଠିଚାର୍ଜ କରିବାରୁ ବିକ୍ଷୋଭକାରୀ ଦଳୀୟ କର୍ମୀମାନେ ଛତ୍ରଭଙ୍ଗ ଦେଇଥିଲେ।

ଅନ୍ୟପକ୍ଷରେ ବିଜେପି ମୁଖପାତ୍ର ସମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି ବିଜେପି କର୍ମୀମାନେ କେବେ ହେଲେ ହିଂସା ସୃଷ୍ଟି କରିପାରିବେ ନାହିଁ। ଏହା ପଛରେ ନିଶ୍ଚିତ କିଛି ଷଡ଼ଯନ୍ତ୍ର ରହିଛି। ତେବେ ସାମ୍ନାକୁ ଆସିଥିବା ଭିଡିଓରେ ଜଣେ ବ୍ୟକ୍ତି ହାତରେ ସ୍ଲିପର ଧରି ଗଲ୍ଫ କ୍ୟାପ୍‌ ପିନ୍ଧିଥିବା ଆଉ ଜଣେ ବ୍ୟକ୍ତିଙ୍କୁ ମାରିବାକୁ ଚେଷ୍ଟା କରୁଛନ୍ତି। ପୋଲିସ ତାଙ୍କୁ ଅଫିସ ଭିତରକୁ ନେବା ବେଳେ କିଛି ଲୋକ ଟେକା ପଥର ମାଡ଼ କରିଥିଲେ।

Leave A Reply

Your email address will not be published.