ତିନି ଭଉଣୀଙ୍କୁ ଏସିଡ୍ ମାଡ଼

ଗୋଣ୍ଡା : ଅପରାଧିକ ଘଟଣାକୁ ନେଇ ଏବେ ଚର୍ଚ୍ଚାରେ ରହିଛି ଉତ୍ତରପ୍ରଦେଶ। ଇତି ମଧ୍ୟରେ କେତୋଟି ଘଟଣା ଘଟିଯାଇଥିବା ବେଳେ ଗୋଣ୍ଡା ଜିଲ୍ଲାର ପକ୍କା ଗାଁରେ ତିନି ଭଉଣୀଙ୍କୁ ହୋଇଛି ଏସିଡ୍ ମାଡ଼। ବଡ଼ ଭଉଣୀ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି।

ଖବର ହେଲା ଗୋଟିଏ ଘରେ ତିନି ଭଉଣୀ ଶୋଇଥିଲେ। ଜଣେ ଯୁବକ ଏସିଡ୍ ମାଡ଼ କରିବାରୁ ଏଭଳି କାଣ୍ଡ ଭିଆଇଛି ବୋଲି ଜଣାପଡ଼ିଛି। ବଡ଼ ଭଉଣୀ ଗୁରୁତର ଥିବାବେଳେ ଅନ୍ୟ ଦୁଇ ଭଉଣୀଙ୍କ ଶରୀରରେ ଏସିଡ୍ ଅଳ୍ପ ପଡ଼ିଥିବା ଜଣାପଡ଼ିଛି। ପୀଡ଼ିତାଙ୍କ ବାପା କହିଛନ୍ତି ଝିଅର ଅବସ୍ଥା ଦେଖିବା ପରେ ଗ୍ୟାସ ସିଲିଣ୍ଡର ପାଇଁ ବୋଧହୁଏ ଏଭଳି ଘଟିଥିବା ଆକଳନ କରିଥିଲେ। କିନ୍ତୁ ଝିଅ ଚିତ୍କାର କରିବା ପରେ ଜାଣିବାକୁ ପାଇଲେ ଜଣେ ଯୁବକ ଏଭଳି କାଣ୍ଡ ଭିଆଇଛି। ଗୁରୁତର ହୋଇଥିବା ଝିଅର ବୟସ ୧୭, ଅନ୍ୟ ଦୁଇଜଣ ୧୨ ଓ ୮ ବର୍ଷର ବୋଲି ଜଣାପଡ଼ିଛି। ପୋଲିସ ଘଟଣାର ତଦନ୍ତ କରୁଛି।

ମତାମତ ଦିଅନ୍ତୁ ।