ତିନି କ୍ଵିଣ୍ଟାଲ ରତ୍ନପଥର ଜବତ, ଜଣେ ଗିରଫ

ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲା ଜୁନାଗଡରେ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ଚଢଉ କରି ତିନି କୁଇଣ୍ଟାଲ ରତ୍ନପଥର ଜବତ କରିଛି। ଏହାର ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ। ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ଖବର ଅନୁଯାୟୀ ମୂଲ୍ୟବାନ ରତ୍ନପଥର ଚୋରାଚାଲାଣ ହେଉଥିବା ସୂଚନା ଏସ୍‌ଟିଏଫ୍‌ ଟିମ୍‌କୁ ମିଳିଥିଲା। ଏହାପରେ ହୋଇଥିଲା ଅଚାନକ ଚଢଉ। ଏହି ଚଢ଼ାଉ ସମୟରେ ତିନି କୁଇଣ୍ଟାଲର ରତ୍ନପଥ ଜବତ ହୋଇଥିବା ବେଳେ ଏଥିରେ ୩୦୨.୧୮ କିଲୋ ଓଜନର ରୁବି ଓ ପାନ୍ନା ଭଳି ଦାମୀ ପଥର ରହିଛି। ଏହି ଘଟଣାରେ ସୁଜିତ କୁମାର ମେହର ନାମକ ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ସେ ଜୁନାଗଡ଼ର ପଳାଶରେ ବସବାସ କରୁଥିବା ରମେଶ ମେହେରଙ୍କ ପୁଅ ବୋଲି ଜଣାପଡ଼ିଛି।

ମତାମତ ଦିଅନ୍ତୁ ।