ତିନିଦିନ ଆଖଣ୍ଡଳମଣି ମନ୍ଦିର ବନ୍ଦ

ଭଦ୍ରକ : ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ମନ୍ଦିର ତିନିଦିନ ବନ୍ଦ ରହିବ। ସେବାୟତ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ଆଜି ଏହି ନିଷ୍ପତ୍ତି ନେଇଥିବା ଉପଜିଲ୍ଲାପାଳ ପୀତାମ୍ବର ସାମଲ ସୂଚନା ଦେଇଛନ୍ତି।

ଶ୍ରୀ ସମାଲଙ୍କ ସୂଚନା ଅନୁଯାୟୀ ଗୁରୁବାର ଦିନ ୧୨ଟାରୁ ଆଖଣ୍ଡଳମଣି ମନ୍ଦିର ଯିବାକୁ ବାରଣ କରାଯାଇଛି। ଆଗାମୀ ୧୭ ତାରିଖ ଯାଏ ଆଖଣ୍ଡଳମଣି ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ମନ୍ଦିର ବନ୍ଦ ରହିବ। ଏହି ସମୟରେ ମନ୍ଦିରରେ ସେବାୟତମାନେ କେବଳ ରୀତିନୀତି ଅନୁସାରେ ପୂଜା କରିପାରିବେ। ମନ୍ଦିର ଚାରିପାଖକୁ ସାନିଟାଇଜ୍ କରାଯିବା ସହ ସମସ୍ତ ସେବାୟତଙ୍କ କରୋନା ଟେଷ୍ଟ କରାଯିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button