ତିନିଟି ଷଣ୍ଢ ମୃତ୍ୟୁ ପ୍ରତିବାଦରେ ରାସ୍ତା ଅବରୋଧ

ବାଲେଶ୍ୱର : ସୋର-ବାଗୁଡ଼ି ରାସ୍ତାର ଆଙ୍ଗୁଳା ଛକରେ ଟ୍ରକ୍‌ ଚଢ଼ିଯିବାରୁ ତିନୋଟି ଷଣ୍ଢଙ୍କର ମୃତ୍ୟୁ ଘଟିଛି। ରବିବାର ସକାଳେ ପଥର ନେଇ ଯାଉଥିବା ଟ୍ରକ୍‌ ଏହି ଦୁର୍ଘଟଣା ଘଟାଇଥିବା ବେଳେ ସ୍ଥାନୀୟ ବାସିନ୍ଦା ଟ୍ରକ୍‌କୁ ଅଟକାଇ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ସୋରୋ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ହଟିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।