ତିରଥ ସିଂହ ରାୱତ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ

ଡେରାଡୁନ୍‌ : ବିଜେପି ସାଂସଦ ତିରଥ ସିଂହ ରାୱତ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଆଜି ଅପରାହ୍ନ ୪ଟାରେ ଶପଥ ନେବେ। ଗତକାଲି ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ନିଜ ପଦରୁ ଇସ୍ତଫା ଦେବାପରେ ବୁଧବାର ନୂଆ ମୁଖ୍ୟମନ୍ତ୍ରୀ ବାଛିବାକୁ ବିଜେପିର ବୈଠକ ବସିଥିଲା। ଏଥିରେ ତିରଥ ସିଂହ ରାୱତଙ୍କ ନାଁ ଉପରେ ମୋହର ଲାଗିଥିଲା।

ତିରଥ ସିଂହ ରାୱତ ଉତ୍ତରାଖଣ୍ଡର ଘରୱାଲ ଆସନରୁ ଲୋକସଭାକୁ ଯାଇଛନ୍ତି। ୨୦୧୩ ନଭେମ୍ବର ୯ରୁ ୨୦୧୫ ଡିସେମ୍ବର ୩୧ ଯାଏ ଉତ୍ତରାଖଣ୍ଡ ବିଜେପି ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ। ଏହାଛଡା ୨୦୧୨ରୁ ୨୦୧୭ ଯାଏ ସେ ଉତ୍ତରାଖଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ଦଳୀୟ କାର୍ଯ୍ୟାଳୟରେ ଆଜି ତାଙ୍କ ନାଁ ଘୋଷଣା ହେବା ପରେ ତିରଥ ସିଂହ ରାୱତ କହିଛନ୍ତି ମୁଁ ଜଣେ ସଂଘ ପ୍ରଚାରକ ଭାବେ କାର୍ଯ୍ୟ କରୁଥିଲି। ତ୍ରିବେନ୍ଦ୍ର ସିଂହ ରାୱତଙ୍କ ନେତୃତ୍ୱରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ବହୁତ ବହୁତ ଧନ୍ୟବାଦ। ସେମାନେ ମୋ ଉପରେ ବିଶ୍ୱାସ ଦେଖାଇଛନ୍ତି। ଏମିତି ଦିନ ଆସିବ ବୋଲି ମୁଁ କେବେ ହେଲେ ସ୍ୱପ୍ନରେ ଭାବି ନଥିଲି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button