ତିର୍ତ୍ତୋଲ ଅଞ୍ଚଳରେ ଅବକାରୀ ବିଭାଗ ସ୍ଥାଣୁ, ପୋଲିସ କରୁଛି ଗଞ୍ଜେଇ ଜବତ

ଜଗତସିଂହପୁର : ତିର୍ତ୍ତୋଲରେ ଅବାଧରେ ଚାଲୁଛି ଚୋରା ମଦ ଓ ଗଞ୍ଜେଇ ବେପାର। ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁ ଏହି ଅଂଚଳ ଚୋରା ନିଶା ବେପାରୀଙ୍କ ଭୂସ୍ଵର୍ଗ ପାଲିଟିଛି। କିନ୍ତୁ ଏବେ ପୋଲିସ୍ ଘନ ଘନ ଚଢଉ କରି ନିଶା ବେପାରିଙ୍କ ନିଦ ହଜେଇ ଦେଇଛି।

ଖବର ଅନୁଯାୟୀ ଶୁକ୍ରବାର ରାହାମାର ଭାଲିଆପାଟଣା ଗ୍ରାମରେ ଚୋରା ଗଞ୍ଜେଇ ବେପାର ହେଉଥିବା ପୋଲିସକୁ ସୂଚନା ମିଳିଥିଲା। ଏହାକୁ ଆଧାର କରି ତିର୍ତ୍ତୋଲ ପୋଲିସ୍ ହୃଷୀକେଶ ବେଉରାଙ୍କ ଘରେ ଅଚାନକ ଚଢ଼ଉ କରି ୧୦ କିଲୋ ୮୦୦ଗ୍ରାମ୍ ଗଞ୍ଜେଇ ଜବତ କରିଥିଲା। ଚଢଉ ସମୟରେ ହୃଷିକେଶ ଘରେ ନ ଥିବାରୁ ତାଙ୍କ ଝିଅକୁ ପୋଲିସ୍ ଥାନାକୁ ଆଣିଥିଲା। ପରେ ହୃଷିକେଶ ହାଜର ହେବା ପରେ ତାଙ୍କୁ ଥାନାରେ ଅଟକ ରାଖି ଝିଅକୁ ଛାଡି ଦିଆଯାଇଛି। ଏହି ଚଢଉରେ ଏସ୍.ଆଇ ଯୋଗେଶ୍ୱର ବେହେରା, ଏସ୍.ଆଇ ଧରିତ୍ରୀ ଜେନା, ହାବିଲଦାର ସ୍ମୃତି ରଂଜନ ମହାପାତ୍ର, କନେଷ୍ଟବଳ ରୁନା ମଲ୍ଲିକ, ଭରତ ମଲ୍ଲିକ ପ୍ରମୂଖ ସାମିଲ ହୋଇଥିଲେ। ଏସ୍.ଆଇ ଅନିରୁଦ୍ଧ ନାୟକ ମାମଲା ପରିଚାଳନା କରୁଥିବା ଥାନା ପକ୍ଷରୁ ସୂଚନା ମିଳିଛି।

ମତାମତ ଦିଅନ୍ତୁ ।