ତିର୍ତ୍ତୋଲ : ବିଜେପି ଛାଡ଼ିଲେ ରମାକାନ୍ତ ଭୋଇ

ଜଗତସିଂହପୁର : ତିର୍ତ୍ତୋଲ ଉପ ନିର୍ବାଚନ ପୂର୍ବରୁ ଦଳଡିଆଁ ପର୍ବ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟାରେ ୨୦୧୯ ନିର୍ବାଚନରେ ତିର୍ତ୍ତୋଲରୁ ବିଜେପି ପ୍ରାର୍ଥୀ ହୋଇଥିବା ରମାକାନ୍ତ ଭୋଇ ଆଜି ନିଜ ସମର୍ଥକଙ୍କ ସହ ଦଳ ଛାଡିଛନ୍ତି। ଦଳ ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣି ସେ ଏହି ନିଷ୍ପତ୍ତି ନେଇଛନ୍ତି।

ପୂର୍ବରୁ କଂଗ୍ରେସ ନେତା ରାଜକିଶୋର ବେହେରା ଦଳ ଛାଡି ବିଜେପିରେ ଯୋଗଦେଇଥିବା ବେଳେ ଏହାକୁ ରମାକାନ୍ତଙ୍କ ଶିବିର ସହଜରେ ଗ୍ରହଣ କରି ନଥିଲା। ସେ ଓ ତାଙ୍କ ସମର୍ଥକ ଆଶା କରିଥିଲେ ରମାକାନ୍ତ ତିର୍ତ୍ତୋଲରେ ବିଜେପିରୁ ପୁଣି ପ୍ରାର୍ଥୀ ହେବେ। କିନ୍ତୁ ଦଳରେ ରାଜକିଶୋର ମିଶିବା ପରେ ରମାକାନ୍ତଙ୍କୁ ଟିକଟ ଆଶା ମଉଳିବା ଆଶଙ୍କା ସୃଷ୍ଟି ଥିବାରୁ ସେ ଦଳ ଛାଡିଥିବା ଚର୍ଚ୍ଚା ହେଉଛି।

ମତାମତ ଦିଅନ୍ତୁ ।