ତିର୍ତ୍ତୋଲ : ଜଗନ୍ନାଥପୁର ପଞ୍ଚାୟତରେ ଯୁବ ଓ ଛାତ୍ର ବିଜେଡ଼ିର ବୈଠକ

ତିର୍ତ୍ତୋଲ : ଉପ ନିର୍ବାଚନ ପାଇଁ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଜଗନ୍ନାଥପୁର ଗ୍ରାମପଞ୍ଚାୟତର ବିଜେଡି ପକ୍ଷରୁ ଯୁବକ ଓ ଛାତ୍ରମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଆଜିର ଏହି ବୈଠକରେ ୧୦୦ରୁ ଊର୍ଦ୍ଧ୍ଵ ଯୁବକ ଓ ଛାତ୍ର ଯୋଗଦେଇଥିଲେ। ଏଥିରେ ନିଷ୍ପତ୍ତି ହୋଇଥିଲା ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍ ଦେଇ ବିପୁଳ ସଂଖ୍ୟାରେ ଜୟଯୁକ୍ତ କରାଯିବ। ଏହି କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ପ୍ରକାଶ ତ୍ରିପାଠୀ, ଦିଲ୍ଲୀପ ପଣ୍ଡା, ଯୁବ ବିଜେଡ଼ି ରାଜ୍ୟ ସମ୍ପାଦକ ସ୍ମୃତି ରଞ୍ଜନ ସାମଲ, ଛାତ୍ର ବିଜେଡ଼ି ରାଜ୍ୟ ଉପ ସଭାପତି କମଲ୍ ଜ୍ୟୋତି ଦାସ, ଅନିଲ୍ ଦାସ, ଅନନ୍ତ ରେଡ୍ଡୀ, ସ୍ଥାନୀୟ ବିଜେଡ଼ି ନେତା ବିମଳ କୁମାର ମହାପାତ୍ର, ଓ ଜଗନ୍ନାଥପୁର ଗ୍ରାମପଞ୍ଚାୟତର ଯୁବ ବିଜେଡ଼ି ନେତା ମନୋରଞ୍ଜନ ବାରିକ, ପ୍ରିୟବ୍ରତ ମହାନ୍ତି, ଓ ଶତାଧିକ ଯୁବକ ଛାତ୍ର ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

ମତାମତ ଦିଅନ୍ତୁ ।