ତିର୍ତ୍ତୋଲ ପୋଲିସ ଉପରେ ଭରସା ନାହିଁ, ଏସପିଙ୍କ ନିକଟରେ ଫେରାଦ

ଜଗତସିଂହପୁର : କଲମପୁର ଶାରଳା ମନ୍ଦିର ନିକଟରୁ ଡକାୟତି ହୋଇଛି। ଦିନ ଦ୍ଵିପ୍ରହରରେ ଦାସ ମେଡିସିନ ଦୋକାନର ମାଲିକଙ୍କୁ ବନ୍ଧୁକ ଦେଖାଇ ଡକାୟତମାନେ ୨୨ ହଜାର ଟଙ୍କା ଲୁଟି ନେଇଛନ୍ତି। ଏହି ସମୟରେ ଦୋକାନୀ ପୋଲିସର ସହାୟତା ଲୋଡିଥିଲେ ମଧ୍ୟ ମିଲିନି। ଏଥିପାଇଁ ସେ ବେକରେ ପକାଇଥିବା ସୁନାଚେନ୍ ହରାଇଛନ୍ତି। ଡକାୟତମାନେ ସୁନାଚେନ୍ ଛିଣ୍ଡାଇ ନେଇ ଗାଳିଗୁଲଜ କରିବା ସହିତ ଅଭିଯୋଗ କଲେ ଜୀବନରୁ ମାରିଦେବୁ ବୋଲି ଧମକ ଦେଇଯାଇଛନ୍ତି।

ଦୋକାନ ମାଲିକ ରଞ୍ଜନ ଦାସ ଜଗତସିଂହପୁର ଏସପିଙ୍କ ନିକଟରେ ଏହି ଅଭିଯୋଗ କରିଛନ୍ତି। ସେହିପରି ଜଗତସିଂହପୁର ଡ୍ରଗସ୍ ଆଣ୍ଡ କେମିକାଲ ଆସୋସିଏସନ୍ ସଂପାଦକ ପ୍ରଫୁଲ୍ଲ କୁମାର ଦାସ ତିର୍ତ୍ତୋଲ ପୋଲିସର ତଦନ୍ତ ପ୍ରକ୍ରିୟା ଉପରୁ ଆସ୍ଥା ହରାଇଛନ୍ତି। ଆସାମୀମାନଙ୍କ ପ୍ରତି ପୋଲିସ କୋହଳ ମନୋଭାବ ପୋଷଣ କଲେ ଜିଲ୍ଲାର ସମସ୍ତ ମେଡିସିନ ଦୋକାନ ବନ୍ଦ ରହିବ ବୋଲି ଚେତାବନୀ ଦିଆଯାଇଛି।

ମତାମତ ଦିଅନ୍ତୁ ।