ତିର୍ତ୍ତୋଲ ଶାରଳା ସୂତାକଳକୁ ନେଇ ଜୋର ଧରିଲା ରାଜନୀତି

ତିର୍ତ୍ତୋଲ : ତିର୍ତ୍ତୋଲ ଉପନିର୍ବାଚନରେ ପ୍ରଚାର ସରଗରମ ହେଉଛି। ଦୀର୍ଘ ଦିନରୁ ବନ୍ଦ ହୋଇ ରହିଥିବା ଶାରଳା ସୂତାକଳକୁ ନେଇ ଆରମ୍ଭ ହୋଇଛି ରାଜନୀତି। ସମସ୍ତ ପ୍ରମୁଖ ରାଜନୈତିକ ଦଳ ସୂତାକଳର ପୁନଃ ଉଦ୍ଧାରକୁ ଉପନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ କରିଛନ୍ତି।

କଂଗ୍ରେସ ଏହି କ୍ରମରେ ପାଦେ ଆଗକୁ ଯାଇ ନାଉସିରା ଠାରେ ଥିବା ଶାରଳା ସୂତାକଳର ମୁଖ୍ୟ ଫାଟକରେ ଫୁଲମାଳା ଅର୍ପଣ କରି ଦାବିକୁ ବଳିଷ୍ଠ କରିଛି। ଏହାକୁ ଖୋଲିବା ପାଇଁ ଦଳୀୟ ନେତାମାନେ ଉଦ୍ୟମ କରିବେ ବୋଲି ଘୋଷଣା କରିଛନ୍ତି। ମହାବାତ୍ୟା ପରଠାରୁ ବନ୍ଦ ରହିଥିବା ଏହି ସୂତାକଳକୁ ଖୋଲିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରିନଥିବା ଅଭିଯୋଗ ଆଣି ସମାଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ପ୍ରଭାରୀ ଡଃ ଏ ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ଵାଳ, ଦଳୀୟ ପ୍ରାର୍ଥି ଇଂ ହିମାଂଶୁ ଭୂଷଣ ମଲ୍ଲିକ, ସାଂସଦ ସପ୍ତଗିରି ଉଲ୍ଲାକା, ପୂର୍ବତନ ସାଂସଦ ପ୍ରଦିପ ମାଝୀ, ଜିଲା ସଭାପତି ନଟବର ବାରିକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ, ଜିଲ୍ଲା ଯୁବ କଂଗ୍ରେସ କୋଷାଧ୍ୟକ୍ଷ ବିଜୟ ବିଶ୍ୱାଳ, ବ୍ଲକ ସଭାପତି ଅକ୍ଷୟ ଦାସ, ଯୁବନେତା ଦେବ ପ୍ରସାଦ ନାୟକଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ।

ମତାମତ ଦିଅନ୍ତୁ ।