ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେଡିରେ ମିଶିଲେ ବହୁ ନେତା ଓ କର୍ମୀ

ଜଗତସିଂହପୁର : ତିର୍ତ୍ତୋଲ ଉପ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡିଲେ ପୂର୍ବତନ ପିସିସି ସମ୍ପାଦକ ଓ ଶତାଧିକ କର୍ମୀ। ବାକୁ କଂଗ୍ରେସ ନେତା ଦଳରୁ ଇସ୍ତଫା ଦେଇ ସମର୍ଥକଙ୍କ ସହ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ଏହି ନେତା ଓ କର୍ମୀ ଦଳ ଛାଡିବା ଉପ ନିର୍ବାଚନରେ କଂଗ୍ରେସ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ମଙ୍ଗଳବାର ବିଜେଡିରେ ମିଶିଥିବା କଂଗ୍ରେସ ନେତାମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସମ୍ପାଦକ କୃଷ୍ଣଚନ୍ଦ୍ର ମଲ୍ଲିକ, ତିର୍ତ୍ତୋଲ ପୂର୍ବତନ ଚେୟାରମ୍ୟାନ ଏସକେ ଅବଦୁଲ ଫୟଜ, ଜଗତସିଂହପୁର ଜିଲ୍ଲା ପରିଷଦ ସଭାପତି ପ୍ରିୟଦର୍ଶିନୀ ବିଶ୍ୱାଳ, ତିର୍ତ୍ତୋଲ ବ୍ଲକ ଚେୟାରମ୍ୟାନ ସୁଜାତା ମହାନ୍ତି. କନକପୁର ସରପଞ୍ଚ ନମିତା ରାଉଳ, ତୁଳଙ୍ଗ ପଞ୍ଚାୟତ ପୂର୍ବତନ ସରପଞ୍ଚ ରଶ୍ମି ରଞ୍ଜନ ଦାଶ, ପିସିସି କନଭେନର ଦେବେନ୍ଦ୍ର କୁମାର ମଲ୍ଲିକ, କଂଗ୍ରେସ ନେତ୍ରୀ ନିବେଦିତା ମହାନ୍ତି, ତୁଳଙ୍ଗ ଜୋନ ସଭାପତି ଧୀରେନ୍ଦ୍ର କୁମାର ପାତ୍ର, ଇବ୍ରୀସିଂ ଗ୍ରାମ ପଞ୍ଚାୟତ ସଭାପତି ସନ୍ତୋଷ ଦାସ ଓ ତିର୍ତ୍ତୋଲ ବ୍ଲକ ସଭାପତି ଗଙ୍ଗାଧର ବିଶ୍ୱାଳ। ଏମାନଙ୍କ ବ୍ୟତୀତ କଂଗ୍ରେସ ନେତା ଶେଖ ମହତାବ ଅଲ୍ଲୀଙ୍କ ନେତୃତ୍ୱରେ ଅନେକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି।

ମତାମତ ଦିଅନ୍ତୁ ।